Home >>Weather

Weather Update: ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ଏହିସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ

Weather Update: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଉତ୍ତର ବଙ୍ଗୋପସାଗରର ପାଶ୍ବବର୍ତ୍ତୀ ଅଞ୍ଚଳରେ  ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ  ଆଗକୁ ରାଜ୍ୟରେ ଆହୁରି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।  

Advertisement
Weather Update: ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ଏହିସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ
Narmada Behera|Updated: Jul 27, 2024, 06:24 AM IST
Share

Weather Update: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଉତ୍ତର ବଙ୍ଗୋପସାଗରର ପାଶ୍ବବର୍ତ୍ତୀ ଅଞ୍ଚଳରେ  ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ  ଆଗକୁ ରାଜ୍ୟରେ ଆହୁରି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।  ଲଘୁଚାପ ବାୟୁ ମଣ୍ତଳର ୭.୬ କିଲୋମିଟର  ଉତ୍ତର ଯାଏଁ ବ୍ୟାପିଛି।  ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡଖଣ୍ତ ମୁହାଁ ହେବ। ପ୍ରଭାବରେ ଉତ୍ତର ଏବଂ ଉପକୂଳ  ଓଡି଼ଶାରେ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ୫ ଦିନ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀ କହିଛନ୍ତି।  ରାଜ୍ୟରେ ୩୦ ତାରିଖ ଯାଏଁ ଲଗାଣ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି।

 

ALSO READ: Today Horoscope: ଏହିସବୁ ରାଶି ପାଇଁ ଆଜି ବଢିପାରେ ଅଡ଼ୁଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ଆଜି ଓ ଆସନ୍ତାକାଲି ୧୧ ଜିଲ୍ଲାରେ ବର୍ଷା ନେଇ  ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା, ନୂଆପଡା, ବଲାଙ୍ଗୀର, ବରଗଡ, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର ,ଯାଜପୁର, କଳାହାଣ୍ତି, କୋରାପୁଟ୍, ନବରଙ୍ଗପୁର ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ସୋମବାର ବାଲେଶ୍ବର, ମୟୂରଭଂଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ, ଝାରସୁଗୁଡାକୁ ଓ୍ବାର୍ଣ୍ଣିଂ ରହିଛି।  ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ଓ କିଛି ସ୍ଥାନରେ ପ୍ରବଳ ହେବ। ୩୧ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି, ଯାଜପୁର, ଭଦ୍ରକ , ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।  ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସଜୀବିଙ୍କୁ ସତର୍କ କରାଯିବା ସହ ସମୁଦ୍ର ମଝିକୁ ନ ଯିବାକୁ ବାରଣ କରାଯାଇଛି।  

Read More
{}{}