Hindi News >>Home >>Weather

Weather Update: ଆଜି ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

Weather Update: ଆଜି ଉତ୍ତର ଓଡି଼ଶାରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରିଛି ।

Advertisement
Weather Update: ଆଜି ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା
Zee Odisha Desk|Updated: Feb 15, 2024, 06:38 AM IST
Share

Weather Update: ଆଜି ଉତ୍ତର ଓଡି଼ଶାରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରିଛି ।

ବୁଧବାର ଭବାନୀପାଟଣାରେ ଦିନ ତାପମାତ୍ରା ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ତିରେ ୩୪, ମାଲକାନଗିରି ୩୪, ବୌଦ୍ଧ, ଯାଜପୁର ଓ ନବରଙ୍ଗପୁରରେ ୩୩.୦୫, ବଲାଙ୍ଗୀରରେ ୩୩, ଭୁବନେଶ୍ବରରେ ୩୩, ନୂଆପଡ଼ା ୩୩, ଅନୁଗୁଳରେ ୩୨.୭, ତାଳଚେରରେ ୩୨.୪ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ଆଜି ରାତି ତାପମାତ୍ରା ୧୪.୦୫ ଡିଗ୍ରୀ ରେକର୍ଡ଼ ହୋଇଥିଲା ।

ପ୍ରକାଶ ଥାଉ ଯେ, ଫେବୃଆରୀ ପ୍ରଥମ ସପ୍ତାହରୁ ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ଉପକୂଳ ଓଡି଼ଶାରେ ରାତିର ତାପମାତ୍ରା ଯେତିକି ରହିବା କଥା ତା ଠାରୁ ୨ ରୁ ୫ ଡିଗ୍ରୀ ଅଧିକ ଅଛି। ଆଭ୍ୟନ୍ତରୀଣ ଓଡି଼ଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ରହିଛି।  ସ୍ଥିତି ଏମିତି ଯେ, ଫେବୃଆରୀ ଆରମ୍ଭରୁ ହିଁ ଏସି, ଫ୍ୟାନ୍ ବିନା ରହି ହେଉନି। ବାହାରେ ଖରା ବାଧିଲାଣୀ। ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧିରେ ଧିରେ ବଢିଥାଏ। ମାତ୍ର ଏଥର ପ୍ରଥମ ସପ୍ତାହରୁ ହିଁ ସ୍ଥିତି ଅସ୍ବାଭବିକ ହେଲାଣୀ। 

 

Read More
{}{}