Hindi News >>Home >>Weather

Weather Update: କମିବ ଶୀତ, ଆସୁଛି ବର୍ଷା!

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (winter)। ରାତିରେ ତାପମାତ୍ରା ଦିନ ଅପେକ୍ଷା କମ୍ ରହୁଛି। ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା। ଏମିତି ପାଗ ଏବେ ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ (Meteorological Centre, Bhubaneswar) ।  ୨୦ ତାରିଖରୁ ଶୀତର ପ୍ରକୋପ କମିପାରେ। 

Advertisement
Weather Update: କମିବ ଶୀତ, ଆସୁଛି ବର୍ଷା!
Zee Odisha Desk|Updated: Dec 18, 2023, 06:30 AM IST
Share

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (winter)। ରାତିରେ ତାପମାତ୍ରା ଦିନ ଅପେକ୍ଷା କମ୍ ରହୁଛି। ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା। ଏମିତି ପାଗ ଏବେ ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ (Meteorological Centre, Bhubaneswar) ।  ୨୦ ତାରିଖରୁ ଶୀତର ପ୍ରକୋପ କମିପାରେ। ଆସନ୍ତା ୨୩ ଓ ୨୪ ତାରିଖ ବେଳକୁ ଉତ୍ତର ଓ ପାଶ୍ବବର୍ତ୍ତୀ ପଶ୍ଚିମ -ଓଡି଼ଶାରେ ହାଲୁକା ବର୍ଷା ହୋଇପାରେ। 

 

ALSO READ: Today Horoscope: ଏହି ସବୁ ରାଶି ପାଇଁ ଶୁଭ ହେବ ସପ୍ତାହର ପ୍ରଥମ ଦିନ

ଫୁଲବାଣୀର ସର୍ବନିମ୍ନ ତାପମାତ୍ରା  ୮ ଡିଗ୍ରୀ ସେଲସିୟସ୍ ଥିଲାବେଳେ କିରେଇରେ  ୮.୨ ଡିଗ୍ରୀ , ଜି.ଉଦୟଗିରିର ୮.୬, ରାଉରକେଲା  ୮.୮, ଅନୁଗୋଳ ୯ ଡିଗ୍ରୀ, ରାଣୀତାଳ  ୯.୪,ଦାରିଙ୍ଗିବାଡି ୯.୫, ସୁନ୍ଦରଗଡରେ ୯.୫, କେନ୍ଦୁଝରରେ ୯.୬ ଡିଗ୍ରୀ, କୋରାପୁଟରେ ୯.୬ ଓ ଝାରସୁଗୁଡାରେ ୯.୮ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି।  ସଂନ୍ଧ୍ୟା ପରେ କାଲୁଆ ପବନ ଥରାଇଛି। ସକାଳୁ ସକାଳୁ ଥଣ୍ତା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରାଉଛି। ଏପରିକି ଉପକୂଳ ଓଡି଼ଶାରେ ବି ଥଣ୍ତା ଅନୁଭୂତ ହେଉଛି। ଅନ୍ୟ ସହର ଭିତରେ ସୋନପୁରର ସର୍ବନିମ୍ନ ତାପମାତ୍ରା ୧୦.୯, ଭବାନୀପାଟଣା ୧୧, ବାରିପଦା ୧୧, ବଲଙ୍ଗୀର ୧୨, ବୌଦ୍ଧ ୧୨.୫, ଢେଙ୍କାନାଳ ୧୨.୨, ନବରଙ୍ଗପୁର ୧୨.୫, କେନ୍ଦ୍ରାପଡା ୧୨,୪, ତାଳଚେର ୧୨.୪, ଭଦ୍ରକ ୧୨.୭, ଭୁବନେଶ୍ବର  ୧୩.୫ ଓ କଟକ ୧୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।  

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ ଚନ୍ଦ୍ର ସାହୁ , କହିଛନ୍ତି ଯେ, ଆସନ୍ତା ୨୦ ତାରିଖ ବେଳକୁ  ରାତି ଓ ଦିନ ତାପମାତ୍ରା ସାମାନ୍ୟ ବଢିବ।  ୧ ରୁ ୫ ଡିଗ୍ରୀ ତାପମାତ୍ରା ବଢିପାରେ।  ପଶ୍ଚିମାବାୟୁ ପ୍ରଭାବରେ  ଏଭଳି ପରିବର୍ତ୍ତନ ଆସିପାରେ। ଏହା ପ୍ରଭାବରେ ୨୩ ଓ ୨୪ ତାରିଖ ବେଳକୁ  ଉତ୍ତର- ପଶ୍ଚିମ ଓଡି଼ଶାର ମୟୂରଭଞ୍ଜ, ସୁନ୍ଦରଗଡ଼ ,ଝାରସୁଗୁଡା  ଆଦି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବାନା ରହିଛି।  

Read More
{}{}