Home >>Weather

Weather Update: ଆସୁଛି ଘୂର୍ଣ୍ଣିବଳୟ ! ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ

Weather Update: ରାଜ୍ୟରେ ସକ୍ରିୟ ମୌମୁମୀ ଯୋଗୁଁ ଜାରି ରହିଛି ବର୍ଷା। ଆସନ୍ତା ୨୪ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।  ବାଲେଶ୍ବର, ପଶ୍ଚିମବଙ୍ଗ ଓ ଝାରଖଣ୍ତ ଉପରେ ଏକ ଘୂର୍ଣ୍ଣିବଳୟ ରହିବ।  ଏହା ପ୍ରଭାବରେ ଆସନ୍ତାକାଲି ଠାରୁ ଉତ୍ତର ଓଡିଶାରେ ବର୍ଷା ହେବ। 

Advertisement
Weather Update: ଆସୁଛି ଘୂର୍ଣ୍ଣିବଳୟ ! ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ
Narmada Behera|Updated: Aug 22, 2024, 06:28 AM IST
Share

Weather Update: ରାଜ୍ୟରେ ସକ୍ରିୟ ମୌମୁମୀ ଯୋଗୁଁ ଜାରି ରହିଛି ବର୍ଷା। ଆସନ୍ତା ୨୪ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।  ବାଲେଶ୍ବର, ପଶ୍ଚିମବଙ୍ଗ ଓ ଝାରଖଣ୍ତ ଉପରେ ଏକ ଘୂର୍ଣ୍ଣିବଳୟ ରହିବ।  ଏହା ପ୍ରଭାବରେ ଆସନ୍ତାକାଲି ଠାରୁ ଉତ୍ତର ଓଡିଶାରେ ବର୍ଷା ହେବ। ଦିନବେଳା ଖରା ହେଉଥିବା ବେଳେ ଅପରାହ୍ନରେ ଘଡ଼ଘଡି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂତନା ମିଳିଛି। ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି,  ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ୨୪ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।  

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ଏହା ପ୍ରଭାବରେ ଓଡି଼ଶା ଉପକୂଳରେ ୨୨ ରୁ ୨୫ ତାରିଖ ଯାଏଁ  ୩୫ରୁ ୪୫ କିଲୋମିଟର  ବେଗରେ ପବନ ବହିବ।  ଏ-ଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ  ସ୍ବତନ୍ତ୍ର ରିଲିଫ୍ କମିଶନର ସତର୍କତା ଜାରି କରିଛନ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁରରେ ବର୍ଷା ହେବ।  ଏବେ ଦିନବେଳା  ବାୟୁମଣ୍ତଳରେ ଜଳୀୟବାଷ୍ପ ଅଧିକ ରହୁଛି।  ଖରାବି ହେଉଛି।  ଏଥିପାଇଁ ଘଡ଼ଘଡିର ତିବ୍ରତା ବଢିବ । ନୟାଗଡ଼ ଜିଲ୍ଲାରେ ବୁଧବାର ୩୯ ମିମି ବର୍ଷା ରେକର୍ଡ଼ ହୋଇଛି। ଭଦ୍ରକରେ ୩୪,ବାଲେଶ୍ବରରେ ୨୫.୬ ଓ ବାରିପଦାରେ ୧୭ ମିମି ବର୍ଷା ହୋଇଛି। 

Read More
{}{}