Home >>Weather

Weather Update: ଆଜି ବି ପ୍ରବଳ ବର୍ଷିବ, ଏହି ୫ ଜିଲ୍ଲାକୁ ଆଲର୍ଟ କଲା ବିଭାଗ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

Advertisement
Weather Update: ଆଜି ବି ପ୍ରବଳ ବର୍ଷିବ, ଏହି ୫ ଜିଲ୍ଲାକୁ ଆଲର୍ଟ କଲା ବିଭାଗ
Narmada Behera|Updated: Aug 21, 2024, 06:20 AM IST
Share

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ବାଂଲାଦେଶ ତତ ସଂଲଗ୍ନ  ଅଞ୍ଚଳରେ ସଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ।  ଏହାର ପ୍ରଭାବରେ ରାଜ୍ୟରେ ସ୍ବଳ୍ପ ବର୍ଷା ଲାଗି ରହିଛି। ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏ-ହି ସବୁ ଜିଲ୍ଲା ଗୁଡିକ ହେଲା, କେନ୍ଦୁଝର ,ସୁନ୍ଦରଗଡ, ମୟୂରଭଂଜ, ସମ୍ବଲପୁର ଓ ଦେବଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷକରି, ଉତ୍ତର ଓ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ବ୍ରଜପାତ ସହ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି  ସ୍ବତନ୍ତ୍ର ରିଲିଫ୍ କମିଶନର ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବର୍ଷା ଯୋଗୁଁ ଅଚାନକ ପାଣି ମାଡି଼ ଆସିବା ସହ ଜଳବନ୍ଦୀ ସ୍ଥିତି ହେବାର ସମ୍ଭାବନା ରହିଛି।  

ALSO READ: Today Horoscope: ଆଜି ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Shani Gochar 2024: ୨୦୨୫ ମାର୍ଚ୍ଚରୁ ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ, ଶନିଙ୍କ କୃପାରୁ ହେବ ଧନବର୍ଷା!

Read More
{}{}