Hindi News >>Home >>Weather

Weather Update: ଉତ୍ତର ଭାରତରେ ବଢିବ ତାତି, IMDର ହାଲୁକା ବର୍ଷା ଆକଳନ

ନୂଆଦିଲ୍ଲୀ: ବୁଧବାର ଜାତୀୟ ରାଜଧାନୀ ଅଞ୍ଚଳରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। କିନ୍ତୁ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀ ତଥା ଉତ୍ତରଭାରତରେ ତାତିର ପ୍ରଭାବ ଦେଖିବାକୁ ମିଳିଥିଲା।  ଏବେ ଶୁକ୍ରବାର ପ୍ରବଳ ପବନ ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଫଳରେ ବର୍ଷା

Advertisement
Weather Update: ଉତ୍ତର ଭାରତରେ ବଢିବ ତାତି, IMDର ହାଲୁକା ବର୍ଷା ଆକଳନ
Zee Odisha Desk|Updated: Apr 04, 2024, 07:28 AM IST
Share

Weather Update: ନୂଆଦିଲ୍ଲୀ: ବୁଧବାର ଜାତୀୟ ରାଜଧାନୀ ଅଞ୍ଚଳରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। କିନ୍ତୁ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀ ତଥା ଉତ୍ତରଭାରତରେ ତାତିର ପ୍ରଭାବ ଦେଖିବାକୁ ମିଳିଥିଲା।  ଏବେ ଶୁକ୍ରବାର ପ୍ରବଳ ପବନ ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଫଳରେ ବର୍ଷା କାରଣରୁ ତାପମାତ୍ରାରେ ମଧ୍ୟ ହ୍ରାସ ପାଇବ। ଆଉ ଦୁଇ ଦିନ ମେଘର ଗତିବିଧି ଜାରି ରହିବ ଏବଂ ୩୦ ରୁ ୩୫ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ମଧ୍ୟ ଚେତାବନୀ ଦେଇଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ପାଇଁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀରୁ କମ୍ ରହିବ ବୋଲି ଆଶା କରାଯାଉଛି। ଖରାଦିନେ ଖରାରେ ଗରମ ହେବ, କିନ୍ତୁ ସକାଳ ଓ ସନ୍ଧ୍ୟାରେ ଆଶ୍ୱସ୍ତି ମିଳିବ। ଅନ୍ୟପକ୍ଷରେ ବୁଧବାର ଦିଲ୍ଲୀର ତାପମାତ୍ରାରେ ତିନି ଡିଗ୍ରୀ ବୃଦ୍ଧି ଘଟିଥିବାର ଦେଖାଯାଇଛି।

ଦିଲ୍ଲୀ ତାପମାତ୍ରାରେ ବୃଦ୍ଧି
ମଙ୍ଗଳବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବୁଧବାର ଦିନ ଏହା ୩ ଡିଗ୍ରୀ ବୃଦ୍ଧି ପାଇଛି। ଫଳରେ ବୁଧବାର ଦିଲ୍ଲୀରେ ୩୬.୬ ଡିଗ୍ରୀରେ ରେକର୍ଡ ହୋଇଛି, ଯାହା ସ୍ୱାଭାବିକଠାରୁ ତିନି ଡିଗ୍ରୀ ଅଧିକ। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀରେ ରେକର୍ଡ କରାଯାଇଥିଲା, ଯାହା ବୁଧବାର ଦିନ ୧୭.୩ ଡିଗ୍ରୀରେ ସ୍ୱାଭାବିକ ହୋଇଛି।

ପାଣିପାଗ ବିଭାଗ ଅନୁଯାୟୀ ଗୁରୁବାର ଦିନ ଦିଲ୍ଲୀରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଏବଂ ଶୁକ୍ରବାର ଦିନ ଏହା ପ୍ରାୟ ୩୫ ଡିଗ୍ରୀ ରହିବ। ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ପବନ ବହିବ। ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ଆକାଶ ସ୍ୱଚ୍ଛ ରହିବ। ଏହା ପରେ ତାପମାତ୍ରା ବୃଦ୍ଧି ପାଇପାରେ।

Read More
{}{}