Hindi News >>Home >>Weather

Weather Update: ବଙ୍ଗୋପସାଗରରେ ସକ୍ରିୟ ରହିଛ ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ବର୍ଷା ଆଶଙ୍କା

Weather Update: ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ରହିଛି। ପ୍ରଭାବରେ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେଉଛି। 

Advertisement
Weather Update: ବଙ୍ଗୋପସାଗରରେ ସକ୍ରିୟ ରହିଛ ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ବର୍ଷା ଆଶଙ୍କା
Narmada Behera|Updated: Nov 14, 2024, 06:40 AM IST
Share
Weather Update: ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ରହିଛି। ପ୍ରଭାବରେ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ରାଜ୍ୟରେ ଆଜି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।  ଆଗାମୀ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତାକାଲି ଠାରୁ ରାଜ୍ୟରେ ଧିରେ ଧିରେ ଶୀତ ବଢିବ। ୨ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ଯାଏଁ କମିବାର ସମ୍ଭାବନା ରହିଛି। ତାପମାତ୍ରା କମିଲେ ଶୀତ ବଢିବ।  ପ୍ରଥମେ ଆଭ୍ୟନ୍ତରୀଣ ଓଡି଼ଶା ଓ ପରେ ଅନ୍ୟ ଅଂଚଳରେ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 
 
 
 
ତେବେ, ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର, ଦିନ ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ ହୋଇଛି। ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସବୁଠୁ କମ ବା ୧୫.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ଜଣାପଡିଛି। ସେପଟେ,  ବଙ୍ଗୋପସାଗରରେ ଏକ  ଲଘୁଚାପ ସକ୍ରିୟ ରହିଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଦକ୍ଷିଣ ଦିଗରୁ ପବନ ବହୁଥିବାରୁ ରାଜ୍ୟରେ ଆର୍ଦ୍ରତା ଅଧିକ ରହୁଛି। ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବାଦଲ ସୃଷ୍ଟି ହେବା ସହ ଆକାଶ ମେଘାଛନ୍ନ ରହିବ।
 
 
Read More
{}{}