Hindi News >>Home >>Weather

Weather Report: ଆସନ୍ତା କାଲି ଏହି ୭ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା, ଆଲର୍ଟ ଜାରି..

Weather Report: ମେ ମାସ ନ ହେଉଣୁ ତାତି ପ୍ରକୋପର ରାଜ୍ୟବାସୀଙ୍କୁ କଲବଲ କରୁଛି। ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ଆଗକୁ ଆହୁରି ଉତ୍ତାପ ଭୟାନକ ହେବା ନେଇ ଅନୁମାନ କରି ହେଉଛି। ଆହୁରି କଲବଲ କରିବା ତାତି। ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। 

Advertisement
Weather Report: ଆସନ୍ତା କାଲି ଏହି ୭ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା, ଆଲର୍ଟ ଜାରି..
Zee Odisha Desk|Updated: Apr 27, 2024, 06:15 AM IST
Share

Weather Report: ମେ ମାସ ନ ହେଉଣୁ ତାତି ପ୍ରକୋପର ରାଜ୍ୟବାସୀଙ୍କୁ କଲବଲ କରୁଛି। ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ଆଗକୁ ଆହୁରି ଉତ୍ତାପ ଭୟାନକ ହେବା ନେଇ ଅନୁମାନ କରି ହେଉଛି। ଆହୁରି କଲବଲ କରିବା ତାତି। ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ଥିବା ସୂଚନା ଦେଇଛି ପାମଇପାଗ ବିଭା୍ଗ। ଏହାର ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ତିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ସ୍ତିତି ଲାଗି ରହିବାର ସମ୍ଭାବନା ରହିଛି।

ସେପଟେ ଶୁକ୍ରବାର ରେକର୍ଡ ଅନୁସାରେ ୪୪.୦୬ ଡିଗ୍ରି ସେଲସିଅସ ସହ ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଥି ସହ ବୌଦ୍ଧ ରେ ୪୪.୦୫ ଡିଗ୍ରି ସେଲସିଅସ , ନୂଆପଡା ଏବଂ ବଲାଙ୍ଗୀର ରେ ୪୪ ଡିଗ୍ରି ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।ଓଡ଼ିଶାର ୧୨ ସହରରେ ୪୩ ଡିଗ୍ରି ସେଲସିଅସ ଅତିକ୍ରମ କରିଛି ଦିନ ତାପମାତ୍ରା। ୩୨ ସହରରେ ୪୦ ଡିଗ୍ରି ସେଲସିଅସ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି।
ଗତ କାଲି ଦିନ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା:
ଝାରସୁଗୁଡା ୪୩.୦୫ ଡିଗ୍ରି ସେଲସିଅସ ରେକର୍ଡ ହୋଇଥିବା ବେଳେ, ସମ୍ବଲପୁର ଓ ହୀରାକୁଦରେ ୪୩ ଡିଗ୍ରି ସେଲସିଅସ, ରାଉରକେଲାରେ ୪୨ ଡିଗ୍ରି ସେଲସିଅସ, କେନ୍ଦୁଝରରେ ୪୧.୦୮ ଡିଗ୍ରି ସେଲସିଅସ, ଚାନ୍ଦବାଲିରେ ୪୧.୦୬ ଡିଗ୍ରି ସେଲସିଅସ, ଭୁବନେଶ୍ୱରରେ ୪୦.୦୫ ଡିଗ୍ରି ସେଲସିଅସ, ବାଲେଶ୍ୱର ୩୯.୦୬ ଡିଗ୍ରି ସେଲସିଅସ ଏବଂ ପୁରୀରେ ୩୪.୦୪ ଡିଗ୍ରି ସେଲସିଅସ ରେକର୍ଡ କରାଯାଇଛି।

ଅସହ୍ୟ ତାତି ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଖୋର୍ଦ୍ଧା, ପୁରୀ ଏହି ୭ଟି ଜିଲ୍ଲାରେ ରବିବାର ବିଜୁଳି, ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି।

Read More
{}{}