Weather Report: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟବାସୀଙ୍କୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ। ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୩ ଡିଗ୍ରି ଛୁଇଁଛି।ଉପକୂଳରୁ ଉପାନ୍ତ, କେଉଁଠି ବି ତାତିରୁ ନିସ୍ତାର ନାହିଁ। ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି।୪୩.୫ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ବର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏପ୍ରିଲ ମାସରେ ଡ଼ହଳବିକଳ ହେଉଛନ୍ତି ରାଜଧାନୀ ବାସୀ।
#Warning for Day-1 to Day-4 :-
Day-5 : No Warning pic.twitter.com/XG7q1L3L4W— Meteorological Centre, Bhubaneswar (@mcbbsr) April 5, 2024
ସେହିପରି ରାଜ୍ୟର ୯ ଟି ସହରର ତାପାମାତ୍ର ୪୨ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡି ୪୨.୬, ତାଳଚେର ୪୨.୪ -ମାଲକାନଗିରି ଏବଂ ବୌଦ୍ଧ ୪୨.୨, ଅନୁଗୁଳ ୪୨.୧ -ବଲାଙ୍ଗିର, ଟିଟିଲାଗଡ଼, ନୟାଗଡ଼ ୪୨, କଟକ- ୪୦.୬ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି।
#Rainfall Forecast for Day-1 to Day-5 :-
Day-6 & Day- 7: DRY pic.twitter.com/F3o4fgayel— Meteorological Centre, Bhubaneswar (@mcbbsr) April 5, 2024
ସେପଟେ ଆଜି ରାଜ୍ୟର କିଛିଟା ସ୍ଥାନରେ ହାଲୁକା ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ରାୟଗଡ଼ା, ଗଜପତି ଓ କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୭ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଦେଓଗଡ଼ ଓ ଅନୁଗୁଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।