Hindi News >>Home >>Weather

Weather Report: ବାତ୍ୟା ପ୍ରଭାବରେ ଏହି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି, ବର୍ଷା ସହ....

Weather Report:  ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, କଟକ, ସୁନ୍ଦରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କନ୍ଧମାଳ, କୋରାପୁଟ, ବୌଦ୍ଧ, ଦେବଗଡ଼ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Advertisement
Weather Report: ବାତ୍ୟା ପ୍ରଭାବରେ ଏହି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି, ବର୍ଷା ସହ....
Priyambada Rana|Updated: Dec 01, 2024, 06:59 AM IST
Share
Weather Report: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ଫେଙ୍ଗାଲ ଯାହାର ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ  ଝିପିଝିପି ବର୍ଷା ଦେଖିବାକୁ ମିଳିଛି। ସେପଟେ ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆଉ ଏହା ସାଙ୍ଗକୁ କୋହଲା ପାଗ। ତେବେ ବାତ୍ୟା ‘ଫେଙ୍ଗାଲ’ତାମିଲନାଡ଼ୁ ଓ ପୁଡୁଚେରିକୁ ଛୁହିଁଛି। ଏହାର ପ୍ରଭାବ ଦକ୍ଷିଣ ଭାରତର ଅଧିକାମଶ ଜିଲ୍ଲାରେ ରହିଛି। ମାତ୍ର ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ନାହିଁ।
 
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨ ଦିନ ପାଇଁ ରାଜ୍ୟରେ ଏଭଳି ପାଗ ଲାଗି ରହିବ। ତେବେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, କଟକ, ସୁନ୍ଦରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କନ୍ଧମାଳ, କୋରାପୁଟ, ବୌଦ୍ଧ, ଦେବଗଡ଼ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
Read More
{}{}