Hindi News >>Home >>Weather

Weather Report: ପୂରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆଜି ପ୍ରବଳ ବର୍ଷା; ଅଧା ଓଡିଶାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ପ୍ରବେଶ କରି ସାରିଛି ମୌସୁମୀ। ବୁଧବାର ସୁଦ୍ଧା ପ୍ରାୟ ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଏହାର ପ୍ରଭାବରେ ତମାମ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ପା

Advertisement
Weather Report: ପୂରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆଜି ପ୍ରବଳ ବର୍ଷା; ଅଧା ଓଡିଶାକୁ ୟେଲୋ ଆଲର୍ଟ
Prabhudatta Moharana|Updated: Jun 19, 2024, 08:03 AM IST
Share

Weather Report: ଭୁବନେଶ୍ୱର: ରାଜ୍ୟରେ ପ୍ରବେଶ କରି ସାରିଛି ମୌସୁମୀ। ବୁଧବାର ସୁଦ୍ଧା ପ୍ରାୟ ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଏହାର ପ୍ରଭାବରେ ତମାମ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୦ ତାରିଖ ବେଳକୁ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସେପଟେ ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ୨୪ ତାରିଖ ବେଳକୁ ଅଧା ଓଡ଼ିଶାରେ ମୌସୁମୀ ବର୍ଷାର ପରିମାଣ  ବଢିବା ନେଇ ମୌସୁମୀ ବିଭାଗ ସୂଚନା ଦେଇଛି। 

ଏଠାରେ କହି ରଖୁ କି ମଙ୍ଗଳବାର ଦିନ ତମାମ ଡହଡହ ତାତିରେ ରାଜ୍ୟବାସୀ ସନ୍ତୁଳି ହେଉଥିବା ବେଳେ ସନ୍ଧ୍ୟାରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଭୁବନେଶ୍ୱର ସମେତ କଟକ, ଢେଙ୍କାନାଳ ଖୋର୍ଦ୍ଧା ଓ ରାଉରକେଲାରେ ମଧ୍ୟ ପ୍ରବଳ ବର୍ଷ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ଦେଢ ଘଣ୍ଟା କାଳ ବର୍ଷା ହେବା ପରେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ମଧ୍ୟ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛନ୍ତି। 

 

ସେପଟେ ଆଜି ଦୁଇ ତିନୋଟି ଜିଲ୍ଲାକୁ ଛାଡିଦେଲେ ତମାମ ରାଜ୍ୟରେ ଆଜି ଘଡ଼ଘଡି ସହିତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏଥିପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ତିନି ଚାରୋଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ସୂଚନା ଦେଇଛି। ବିଶେଷ କରି ପୁରୀ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଦା ଅଞ୍ଚଳରେ ଘଡ଼ଘଡି ସହିତ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟରେ ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

Read More
{}{}