Hindi News >>Home >>Weather

Weather Report: ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ତମାମ ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ରାଜଧାନୀ ଠାରୁ ଆରମ୍ଭ କରି ଉପାନ୍ତ ପର୍ଯ୍ୟନ୍ତ ବର୍ଷାରେ ଭିଜୁଛି ରାଜ୍ୟ। ତେବେ ଆଜି ଆସନ୍ତା ୩ ଘଣ୍ଟା ପାଇଁ ୨୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ। ଏହି ଜିଲ୍ଲା ମଧ୍ୟରେ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲାଗୁଡ଼ିକ ହେଉଛି ମ

Advertisement
Weather Report: ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Prabhudatta Moharana|Updated: Jun 27, 2024, 05:47 PM IST
Share

Weather Report: ଭୁବନେଶ୍ୱର: ତମାମ ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ରାଜଧାନୀ ଠାରୁ ଆରମ୍ଭ କରି ଉପାନ୍ତ ପର୍ଯ୍ୟନ୍ତ ବର୍ଷାରେ ଭିଜୁଛି ରାଜ୍ୟ। ତେବେ ଆଜି ଆସନ୍ତା ୩ ଘଣ୍ଟା ପାଇଁ ୨୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ। ଏହି ଜିଲ୍ଲା ମଧ୍ୟରେ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼, କଳାହାଣ୍ଡି, ସୋନପୁର, ଢେଙ୍କାନାଳ ଏବଂ ଦେବଗଡ଼। 

ସେହିପରି ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କନ୍ଧମାଳ, ସୁନ୍ଦରଗଡ଼, କଟକ, ଗଞ୍ଜାମ, ଗଜପତି, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, କଳାହାଣ୍ଡି, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ ଓ ସମ୍ବଲପୁର ଜିଲ୍ଲା ପାଇଁ ଝଡ଼ ବର୍ଷା ସହିତ ଘଡ଼ଘଡି ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାବାସୀ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ଗତିବିଧି ଉପରେ ନଜର ରଖିବା ସହ ବଜ୍ରପାତ ମୁକ୍ତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଭୁବନେଶ୍ୱରକୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Read More
{}{}