Hindi News >>Home >>Weather

Weather Report: ସକ୍ରିୟ ରହିଛି ଗୁରୁଚାପ ବଳୟ, ୨୬ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା!

Weather Report: ରାଜ୍ୟରେ ଏବେ ଗୁରୁଚାପ ବଳୟ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଗତ କିଛି ଦିନ ହେବ ରାଜ୍ୟକୁ ପ୍ରବେଶ କରୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଯେଉଁଥିପାଇଁ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। 

Advertisement
Weather Report: ସକ୍ରିୟ ରହିଛି ଗୁରୁଚାପ ବଳୟ, ୨୬ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା!
Priyambada Rana|Updated: Jan 23, 2024, 07:46 AM IST
Share

Weather Report: ରାଜ୍ୟରେ ଏବେ ଗୁରୁଚାପ ବଳୟ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଗତ କିଛି ଦିନ ହେବ ରାଜ୍ୟକୁ ପ୍ରବେଶ କରୁଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଯେଉଁଥିପାଇଁ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଓ ବୁଧବାର ଗୁରୁଚାପ ବଳୟର ସକ୍ରିୟତା ଅଧିକ ରହିବାକୁ ଥିବାରୁ ବର୍ଷାର ପ୍ରଭାବ ମଧ୍ୟ ଅଧିକ ରହିବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉପକୂଳ ଓଡ଼ିଶା(Costal Odisha) ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କିଛି ଅଞ୍ଚଳରେ ଘନ କୁହୁଡ଼ି ହେବାକୁ ଥିବାରୁ ଚେତାବନୀ ଜାରି କରିଛି ବିଭାଗ।

ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ ଏବଂ ରାତିର ତାପମାତ୍ରାରେ(Night Tempreture) ବିଶେଷ ପରିବର୍ତ୍ତନ ହୋଇପାରେ। ରାତି ଓ ଦିନର ତାପମାତ୍ରାରେ ତାରତମ୍ୟ ସାମାନ୍ୟ କମ୍‌ ରହୁଥିବାରୁ ଦିନତମାମ ଥଣ୍ଡା ଅନୁଭୂତ ହେଉଛି। ୨୫ ତାରିଖ ବେଳକୁ କୋହଲା ପାଗ ହଟିବ। ୨୬ ତାରିଖଠାରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ( Uma Shankar Dash)କହିଛନ୍ତି।

ଗତ ୪୮ ଘଣ୍ଟା ମଧ୍ୟରେ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ସାରା ବର୍ଷା ଲାଗିରହିଥିବା ଦେଖିବାକୁ ମିଳିଥିବା ମିଳିଥିଲା। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କଟକ(Cuttack), ଯାଜପୁର(Jajpur), ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ(Bhadrak) ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇଛି। ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ କୋହଲା ପାଗ ସହ ଝିପିଝିପି ବର୍ଷା ହୋଇଛି।

ସେପଟେ ଦିଲ୍ଲୀ-ଏନସିଆର(Delhi-NCR) ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି ଏବଂ ଘନ କୁହୁଡ଼ି ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। କୁହୁଡି ସମ୍ପର୍କରେ ଭାରତ ପାଣିପାଗ ବିଭାଗ (IMD) ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହା ସହିତ ପାଣିପାଗ ବିଭାଗ ଉତ୍ତରପ୍ରଦେଶରେ ଘନ କୁହୁଡ଼ି ଏବଂ ଥଣ୍ଡା ଦିନର ଚେତାବନୀ ଦେଇଛି। ଆଇଏମଡି ସୂଚନା ଅନୁସାରେ ଆଗାମୀ ଦିନରେ ଦିଲ୍ଲୀ-ଏନସିଆର ବ୍ୟତୀତ ପଞ୍ଜାବ(Punjab), ହରିୟାଣା(Hariyana), ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ରାଜସ୍ଥାନ, ଉତ୍ତର ମଧ୍ୟପ୍ରଦେଶ ଏବଂ ବିହାରର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଏଥି ସହିତ, ଏହି ରାଜ୍ୟଗୁଡିକର କେତେକ ଅଞ୍ଚଳରେ ତାପମାତ୍ରା ମଧ୍ୟ ୩ ଡିଗ୍ରୀ ତଳକୁ ଯାଇପାରେ।

Also Read: Weather Update: ରାଜ୍ୟରେ ଜାରି ଝିପିଝିପି ବର୍ଷା, ଅସ୍ତବ୍ୟସ୍ତ କରୁଛି କୋହଲା ପାଗ

Read More
{}{}