Hindi News >>Home >>Weather

Weather Update: ରାଜ୍ୟରେ ବଢିବ ତାତି, ୬ ଜିଲ୍ଲାକୁ ଘନ କୁହୁଡି ସତର୍କତା

Weather Update: ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି। ଫେବୃଆରୀ ଆରମ୍ଭ ହୋଇଥିବା ବେଳେ ସକାଳ କି ସଂନ୍ଧ୍ୟା ସମୟରେ ସାମାନ୍ୟ ଶୀତ ଅନୁଭବ ହେଉନି। ଏଣିକି ଦିନର ତାପମାତ୍ରା ବଢ଼ିବାରେ ଲାଗିଛି। ସାମାନ୍ୟ ଗୁଳୁଗୁଳି ଅନୁଭବ ହେବା ସହ ଝାଳ ବୋହିବା ଆରମ୍ଭ ହୋଇଯାଇଛି । 

Advertisement
Weather Update: ରାଜ୍ୟରେ ବଢିବ ତାତି, ୬ ଜିଲ୍ଲାକୁ ଘନ କୁହୁଡି ସତର୍କତା
Narmada Behera|Updated: Feb 01, 2025, 06:26 AM IST
Share
Weather Update: ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି। ଫେବୃଆରୀ ଆରମ୍ଭ ହୋଇଥିବା ବେଳେ ସକାଳ କି ସଂନ୍ଧ୍ୟା ସମୟରେ ସାମାନ୍ୟ ଶୀତ ଅନୁଭବ ହେଉନି। ଏଣିକି ଦିନର ତାପମାତ୍ରା ବଢ଼ିବାରେ ଲାଗିଛି। ସାମାନ୍ୟ ଗୁଳୁଗୁଳି ଅନୁଭବ ହେବା ସହ ଝାଳ ବୋହିବା ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ଆଉ ୪ ଦିନ ପରେ ରାଜ୍ୟରେ ତାତି ବଢ଼ିବ। ସ୍ୱାଭାବିକ ତାପମାତ୍ରା ଠାରୁ ଆହୁରି ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ସୂଚନା ଦିଆଯାଇଛି । ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବା ସହ ବର୍ଷାର କୌଣସି ସମ୍ଭାବନା ନାହିଁ ।
 
 
ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଦିନ ତାପମାତ୍ରା । ସେପଟେ ଘନ କୁହୁଡି ନେଇ ସତର୍କତା ଜାରି କରିଛି ବିଭାଗ। ବିଶେଷକରି ଆଜି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ଯାଜପୁର, କେନ୍ଦ୍ରାପଡା, କଟକ , ଜଗତସିଂହପୁର,ବାଲେଶ୍ବର ଓ ଭଦ୍ରକ।  ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା। କେବଳ ସେତିକି ନୁହେଁ, କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪.୦ ଡିଗ୍ରୀ ରେକର୍ଡ କରାଯାଇଛି । 
Read More
{}{}