Hindi News >>Home >>Weather

Weather Update: ରାଜ୍ୟରେ ୨୧ରେ ଯାଏଁ ପାଗ ରହିବ କୋହଲା, ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପାଗ କୋହଲା ଓ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

Advertisement
Weather Update: ରାଜ୍ୟରେ ୨୧ରେ ଯାଏଁ ପାଗ ରହିବ କୋହଲା, ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Narmada Behera|Updated: Dec 20, 2024, 06:54 AM IST
Share
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପାଗ କୋହଲା ଓ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଏମିତି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ବଡ଼ ବର୍ଷା ସମ୍ଭାବନା କମ୍ ରହିଛି। ମାତ୍ର ଯେତିକି ବି ବର୍ଷା ହେବ। ତାହାକୁ ନେଇ ଚାଷୀ ମନରେ ଆଶଙ୍କା ବଢିଛି। ବିଶେଷକରି ଉପକୂଳ ଓଡି଼ଶା ଖୋର୍ଦ୍ଧା, ପୁରୀ, ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଆଦି ଅଞ୍ଚଳରେ ବର୍ତ୍ତମାନ ଧାନ ଅମଳ ସମୟ। ବର୍ଷା ହେଲେ ଧାନ ନଷ୍ଟ ହୋଇଯିବ। 
 
 
 
 
ଗୁରୁବାର ରାଜ୍ୟରେ ପାଗ କୋହଲା ରହିଥିଲା।  ଆଜି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  ସେହିପରି, ଆସନ୍ତାକାଲି, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ବାଲେଶ୍ବର, ମୟୂରଭଂଜ ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 
 
 
୨୨ ତାରିଖରୁ ରାଜ୍ୟରେ ପାଗ ବଦଳିବ। ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତର ପ୍ରକୋପ ବଢିବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ। ଉତ୍ତର ଦିଗରେ ଗତି କରି ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇପାରେ। ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ  ଓଡି଼ଶା ଉପକୂଳରେ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। 
 
 
Read More
{}{}