Hindi News >>Home >>Weather

Weather Update: ଆହୁରି ଦୁଇ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି , ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ରାଜ୍ୟରେ ଆହୁରି ୨ ଦିନ ଘନ ଘନ କୁହୁଡି଼ ଦେଖାଦେବ। ପଢନ୍ତୁ ଆଜିର ପାଣିପାଗ ଖବର..

Advertisement
Weather Update: ଆହୁରି ଦୁଇ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି , ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି
Narmada Behera|Updated: Jan 26, 2025, 06:33 AM IST
Share
Weather Update: ରାଜ୍ୟରେ ଆହୁରି ୨ ଦିନ ଘନ ଘନ କୁହୁଡି଼ ଦେଖାଦେବ। ଆଜି ବିଶେଷକରି, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ ଓ ସୁନ୍ଦରଗଡ ଜିଲ୍ଲାରେ ଘନ କୁହୁଡି଼ ଦେଖାଦେବ। ସୋମବାର ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ ଓ ସୁନ୍ଦରଗଡରେ ଘନ କୁହୁଡି଼ ରହିବ। ସେମିଳିଗୁଡାରେ ରାତି ତାପମାତ୍ରା  ସବୁଠୁ କମ୍ ୧୦.୫ ଡିଗ୍ରୀ ରହିଥିଲା। ଫୁଲବାଣୀରେ ୧୧.୫ ଡିଗ୍ରୀ, ଦାରିଙ୍ଗିବାଡିରେ ୧୩ ଓ କୋରାପୁଟ୍ ରେ ୧୩.୫ ଡିଗ୍ରୀ ଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 
 
 
 
ମାଘ ମାସରେ ରାଜ୍ୟରୁ ଶୀତ ଗାଏବ ହୋଇଥିବା ବେଳେ ଟାଣ ଖରା ଆରମ୍ଭ ହୋଇ ଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ  ୧ ତାରିଖ ବେଳକୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କଟକ, କେନ୍ଦ୍ରାପଡା,  ପୁରୀ, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 
Read More
{}{}