Hindi News >>Home >>Weather

Weather Update: ଆହୁରି ତିନି ଦିନ କଲବଲ କରିବ ତାତି,ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ; ଏପ୍ରିଲ ୨ରୁ କାଳବୈଶାଖି ସମ୍ଭାବନା

Weather Update: ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ଝାରସୁଗୁଡାରେ ୪୧ ଡିଗ୍ରୀ ସେଲସିୟସ୍ ପାର କରିଥିବା ବେଳେ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି। 

Advertisement
Weather Update: ଆହୁରି ତିନି ଦିନ କଲବଲ କରିବ ତାତି,ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ; ଏପ୍ରିଲ ୨ରୁ କାଳବୈଶାଖି ସମ୍ଭାବନା
Narmada Behera|Updated: Mar 28, 2025, 06:58 AM IST
Share

Weather Update: ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ଝାରସୁଗୁଡାରେ ୪୧ ଡିଗ୍ରୀ ସେଲସିୟସ୍ ପାର କରିଥିବା ବେଳେ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି। ପାଣିପାଗ ବିଭାଗ ପୂର୍ବାନୁମାନ ଯାହା ଏବେ ତାତି ପ୍ରକୋପ ଆହୁରି ବଢିବ। ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡି଼ଶା ଓ ପଶ୍ଚିମ ଓଡି଼ଶାରେ ନିଆଁ ବର୍ଷିବ। ଆଜି ୪୨ ଓ ଶନିବାର ୪୩ ଡିଗ୍ରୀ ଟପିପାରେ। ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରୁଛି ଯେ, ଆସନ୍ତା ତିନି ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। 

ଉଭୟ ଦିନ ଓ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିପାରେ। ଆଜି ବିଶେଷକରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡା, ସମ୍ବଲପୁରରେ ପାରଦ ୪୨ ଡିଗ୍ରୀ ଛୁଇଁପାରେ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡି଼ଶାର ଅନେକ ସ୍ଥାନରେ ତାପମାତ୍ରା ୪୦-୪୧ ଡିଗ୍ରୀ ପାଖାପାଖି ରହିପାରେ। ଉପକୂଳରେ କଟକ, ଭୁବନେଶ୍ବର, ଚାନ୍ଦବାଲିରେ ପାରଦ ୩୯ ଡିଗ୍ରୀ ରହିପାରେ। ଅନେକ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିବ।  ଆସନ୍ତାକାଲି ଝାରସୁଗୁଡା, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ତି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଛଟପଟ କରିପାରେ।  ସେହିପରି ଆସନ୍ତା ରବିବାର(୩୦ ତାରିଖ) ରେ ଝାରସୁଗୁଡା, ସମ୍ବଲପୁର,ସୋନପୁର, ବଲାଙ୍ଗୀର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ତି, ବରଗଡ ଓ ସୁନ୍ଦରଗଡ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି। ମାର୍ଚ୍ଚ ୩୧ ରୁ ଏପ୍ରିଲ୍ ୧ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ନାହିଁ। ୨ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖିର ସମ୍ଭାବନା ରହିଛି। ହାଲୁକା ବର୍ଷା ସହ ଝଡ଼ ତୋଫାନ ହୋଇପାରେ।  

 

 

 

Read More
{}{}