Hindi News >>Home >>Weather

Weather Update: ଆଜି ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି

Weather Update: ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ। ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡି। ଗତକିଛି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡି଼ ଦୃଶ୍ୟମାନ ହେଉଛି।  ଆଗକୁ ବି କୁହୁଡି଼ ରହିବ। 

Advertisement
Weather Update: ଆଜି ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ସତର୍କତା ଜାରି
Narmada Behera|Updated: Jan 29, 2025, 06:22 AM IST
Share
Weather Update: ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ। ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡି। ଗତକିଛି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡି଼ ଦୃଶ୍ୟମାନ ହେଉଛି।  ଆଗକୁ ବି କୁହୁଡି଼ ରହିବ। ବୁଧବାର ଅର୍ଥାତ୍ ଆଜି  ଘନ କୁହୁଡି ଦୃଶ୍ୟମାନ ହେବ।  ଗଂଜାମ, ଗଜପତି, ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ଘନ କୁହୁଡି ରହିବ। ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ କୁହୁଡି଼ ଦେଖାଦେବ।  ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି।  
 
 
 
ଆଜି ଗଂଜାମ, ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେଇପାରେ। ଗଜପତି, ସୁନ୍ଦରଗଡ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ଢେଙ୍କାନାଳରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ହେବ। ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଉରକେଲାରେ ରାତି ତାପମାତ୍ରା ସବୁଠାରୁ କମ୍  ୮.୨ ଡିଗ୍ରୀ ରେକର୍ଡ଼ ହୋଇଛି।  ସୁନ୍ଦରଗଡରେ ୯.୯, ଫୁଲବାଣୀରେ ୧୦ , କେନ୍ଦୁଝରରେ ୧୧.୩, ଅନୁଗୁଳରେ ୧୨.୬, ହୀରାକୁଦରେ ୧୨.୭, ଦାରିଙ୍ଗିବାଡିରେ ୧୩ ଓ କୋରାପୁଟ୍ ରେ ୧୩.୮ ଡିଗ୍ରୀ ରେକର୍ଡ଼ ହୋଇଛି।  
 
Read More
{}{}