Hindi News >>Home >>Weather

Weather Update: ଆସୁଛି ଖରା, ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ।  ଆସୁଛି ଖରା।  ବର୍ତ୍ତମାନ ଖରା ବଢିବ। ଫେବ୍ରୃଆରୀ ଆରମ୍ଭରୁ ତାପମାତ୍ରା ବଢିପାରେ। 

Advertisement
Weather Update: ଆସୁଛି ଖରା, ଘନ କୁହୁଡି଼ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Narmada Behera|Updated: Jan 30, 2025, 06:27 AM IST
Share
Weather Update: ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ।  ଆସୁଛି ଖରା।  ବର୍ତ୍ତମାନ ଖରା ବଢିବ। ଫେବ୍ରୃଆରୀ ଆରମ୍ଭରୁ ତାପମାତ୍ରା ବଢିପାରେ। ପାରଦ ବର୍ତ୍ତମାନ  ତିନି ଡିଗ୍ରୀ କିମ୍ବା ତା ଠାରୁ ଅଧିକ ବଢିପାରେ। କିଛି ଜାଗାରେ ପାରଦ ୩୪-୩୫ ଡିଗ୍ରୀ ଛୁଇଁପାରେ। ପାଣିପାଗ ବିଶେଷଜ୍ଞ କହିଛନ୍ତି,  ବର୍ତ୍ତମାନ ଶୀତର ପ୍ରକୋପ କମିବ।  ବଢିବ ଦିନ ଓ ରାତି ତାପମାତ୍ରା। ଦିନ ତାପମାତ୍ରା ଆସନ୍ତା ୩୧ ତାରିଖ ପରଠାରୁ ବୃଦ୍ଧି ପାଇବ। ଫେବୃଆରୀ ୨ ତାରିଖ ଦିନ ତାପମାତ୍ରା ରେକର୍ଡ଼ ଭାଙ୍ଗିପାରେ। ଗତକାଲି ରାଜ୍ୟର ଅଧିକାଂଶ ତାପମାତ୍ରା ବଢିଛି। କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି। 
 
 
 
ସେପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡି। ଘନ କୁହୁଡି଼ ନେଇ  ବର୍ତ୍ତମାନ ବିଳମ୍ବିତ ରାତି ଓ ସକାଳ ସମୟରେ  ଗାଡ଼ି ଚଳାଚଳ ପ୍ରଭାବିତ ହେଉଛି। ଆଜି ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ଦେବଗଡ, କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, ରାୟଗଡା, ନୟାଗଡ, ସମ୍ବଲପୁର, କନ୍ଧମାଳ ଓ ମାଲକାନଗିରି ଘନ କୁହୁଡି଼ ଦୃଶ୍ୟମାନ ନେଇ ସତର୍କ ସୂଚନା ଜାରି କରାଯାଇଛି।  ଏହିସବୁ ଜିଲ୍ଲା ସମେତ  ବାଲେଶ୍ବର,ଭଦ୍ରକ, ଯାଜପୁର, ସୁନ୍ଦରଗଡ, କଳାହାଣ୍ତି, କୋରାପୁଟ୍, ଢେଙ୍କାନାଳର କିଛି ସ୍ଥାନରେ  ମଧ୍ୟମ ଧରଣର କୁହୁଡି଼ ଦେଖାଦେବ। ଶୁକ୍ରବାର ରାତି ଓ ଶନିବାର ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ନେଇ ସମ୍ଭାବନା ରହିଛି।  
 
 
 
Read More
{}{}