Weather Update: ରାଜ୍ୟରୁ ଉଭାନ୍ ହୋଇ ଯାଇଛି ଶୀତ। ଆଜିଠାରୁ ଟାଇଁ ଟାଇଁ ଖରା। ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ଶୀତ କମିଥିଲେ ମଧ୍ୟ ରାଜ୍ୟରେ କୁହୁଡି଼ ଦେଖିବାକୁ ମିଳୁଛି। ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି ନୟାଗଡ଼, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, କଟକ , କେନ୍ଦୁଝର, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଫେବୃଆରୀ ୧ରେ ମଧ୍ୟ କିଛି ଜିଲ୍ଲାକୁ କୁହୁଡି଼ ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ , ମୟୂରଭଞ୍ଜ,କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ ଓ କେନ୍ଦୁଝର । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । ଆସନ୍ତା ପାଞ୍ଚ ଦିନ ପରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷକରି, ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଦିନ ତାପମାତ୍ରା । ଉପକୂଳ ଓଡିଶାରେ ଅହେତୁକ ବଢିବ ରାତିର ତାତି ।
ALSO READ: Today Horoscope: ଦୂର ଯାତ୍ରାରୁ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?