Hindi News >>Home >>Weather

Weather Update: ଏଥର ରେକର୍ଡ ଭାଙ୍ଗିବ ତାତି ! ୭ ଦିନ ଯାଏ ପାଗରେ ନାହିଁ ପରିବର୍ତ୍ତନ

Weather Update: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ତାତି। ୫ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ଛୁଇଁଛି। 

Advertisement
Weather Update: ଏଥର ରେକର୍ଡ ଭାଙ୍ଗିବ ତାତି ! ୭ ଦିନ ଯାଏ ପାଗରେ ନାହିଁ ପରିବର୍ତ୍ତନ
Narmada Behera|Updated: Mar 04, 2025, 06:37 AM IST
Share
Weather Update: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ତାତି। ୫ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ଛୁଇଁଛି।  ଝାରସୁଗୁଡା ଓ ପାରଳାଖେମୁଣ୍ତିରେ ତାତି ୩୮.୬ ଡିଗ୍ରୀ  ରହିବା ସହ ସବୁଠୁ ତତଲା ପାଲଟିଛି। ବଲାଙ୍ଗୀରରେ ୩୮.୪ ଡିଗ୍ରୀ ରେକର୍ଡ଼ ହୋଇଛି। ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।  ସୋମବାର  ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୩୭ ଡିଗ୍ରୀ ଥିଲା। ଝାରସୁଗୁଡାରେ ୩୬.୪, ହୀରାକୁଦରେ ୩୬.୨, ଓ ଭୁବନେଶ୍ବରରେ ୩୫ ଡିଗ୍ରୀ ପହଞ୍ଚିଥିଲା।
 
 
 
ମଧ୍ୟାହ୍ନ ସମୟରେ  ଅସହ୍ୟ ଖରା ଓ ତାତି ଅନୁଭୂତ ହୋଇଥିଲା।  ମଙ୍ଗଳବାର ଓ ବୁଧବାର  ପୁରୀ,  ଯାଜପୁର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ। ଏ-ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩ ଦିନ ଯାଏଁ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ଏହା ପରେ, ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସପ୍ତାହେ ଯାଏଁ ପାଗ ଏପରି ରହିବ ବୋଲି ବିଭାଗ ପକ୍ଷରୁ ସୂଚାନ ମିଳିଛି।
Read More
{}{}