Hindi News >>Home >>Weather

Weather Update: ଫେବୃଆରୀ ଆରମ୍ଭରୁ ମୁଣ୍ତଫଟା ଖରା, ଆଜି ୪ ଜିଲ୍ଲାକୁ ଘନ କୁହୁଡି଼ ନେଇ ସତର୍କତା ଜାରି

Weather Update: ଫେବୃଆରୀ ଆରମ୍ଭରୁ ମୁଣ୍ତଫଟା ଖରା।  ବାହାରକୁ ବାହାରିଲେ ଏବେଠୁ ଦରକାର ପଡୁଛି ହାତରେ ପାଣି ବୋତଲ ଆଉ ଛତା। 

Advertisement
Weather Update: ଫେବୃଆରୀ ଆରମ୍ଭରୁ ମୁଣ୍ତଫଟା ଖରା, ଆଜି ୪ ଜିଲ୍ଲାକୁ ଘନ କୁହୁଡି଼ ନେଇ ସତର୍କତା ଜାରି
Narmada Behera|Updated: Feb 05, 2025, 06:30 AM IST
Share

Weather Update: ଫେବୃଆରୀ ଆରମ୍ଭରୁ ମୁଣ୍ତଫଟା ଖରା।  ବାହାରକୁ ବାହାରିଲେ ଏବେଠୁ ଦରକାର ପଡୁଛି ହାତରେ ପାଣି ବୋତଲ ଆଉ ଛତା। କାହିଁକିନା ଚଳିତ ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ୩୪.୯ ଡିଗ୍ରୀ ଛୁଇଁଛି ପାରଦ। ଆଗକୁ ଆହୁରି ବଢିବ ତାତି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ, ଏନେଇ ଘନ କୁହୁଡି଼ ନେଇ ଆଜି କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ALSO READ: ଅଭିନେତା ଅନୁଭବଙ୍କ ପାଇଁ ରାତି ଅଧରେ ଏହି ଭିଡିଓ ସେୟାର କଲେ ବର୍ଷା! ଦେଖନ୍ତୁ

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ଏହି ଜିଲ୍ଲା ଗୁଡିକ  ହେଲା ଭଦ୍ରକ, କେନ୍ଦ୍ରାପଡା, କଟକ ଓ ଯାଜପୁର। ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେଗୁଡ଼ିକ ହେଲା କଟକ, କେନ୍ଦ୍ରାପଡ଼ା,ଯାଜପୁର ଓ ଭଦ୍ରକ। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଏ-ଥିପାଇଁ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଗତକାଲି ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । 

Read More
{}{}