Hindi News >>Home >>Weather

Weather Update: ଏବେଠୁ ଅସମ୍ଭାଳ ତାତି, ଘନ କୁହୁଡି଼ ନେଇ ଆଜି ୯ ଜିଲ୍ଲାକୁ ଆଲର୍ଟ ଜାରି

  Weather Update: ଦିନ ତାପମାତ୍ରା ଉପରମୁହାଁ ହୋଇ ଚାଲିଛି।  ବୁଧବାର ଦିନ ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ମାଲକାନଗିରି ଓ ବଲାଙ୍ଗୀରରେ  ତାତି ସବୁଠୁ ଅଧିକ ୩୬ ଡିଗ୍ରୀ ରେକର୍ଡ଼ ହୋଇଛି।  

Advertisement
Weather Update: ଏବେଠୁ ଅସମ୍ଭାଳ ତାତି,  ଘନ କୁହୁଡି଼ ନେଇ ଆଜି ୯ ଜିଲ୍ଲାକୁ ଆଲର୍ଟ ଜାରି
Narmada Behera|Updated: Feb 06, 2025, 06:31 AM IST
Share
 
Weather Update: ଦିନ ତାପମାତ୍ରା ଉପରମୁହାଁ ହୋଇ ଚାଲିଛି।  ବୁଧବାର ଦିନ ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ମାଲକାନଗିରି ଓ ବଲାଙ୍ଗୀରରେ  ତାତି ସବୁଠୁ ଅଧିକ ୩୬ ଡିଗ୍ରୀ ରେକର୍ଡ଼ ହୋଇଛି।  ସମ୍ବଲପୁର,  ହୀରାକୁଦ୍ ଓ ଝାରସୁଗୁଡାରେ ୩୫.୯ , ଭବାନୀପାଟଣା ଓ ସୁନ୍ଦରଗଡରେ ୩୫.୫, ସୋନପୁରରେ ୩୫.୨,  ଅନୁଗୁଳରେ ୩୫.୧ ଓ ପାରଳାଖେମୁଣ୍ତିରେ ୩୫ ଡିଗ୍ରୀ ରେକର୍ଡ଼ ହୋଇଛି।
 
ରାଜ୍ୟ ପାଇଁ ଚେତାବନୀ |
 
ଭୁବନେଶ୍ବର , ତାଳଚେର ଓ ବୈଦ୍ଧରେ ୩୩.୮, କୋରାପୁଟରେ ୩୩.୨, ଫୁଲବାଣୀରେ ୩୨.୯,  ଯାଜପୁରରେ ୩୨.୮, ବାରିପଦାରେ ୩୨.୬, ଛତ୍ରପୁରରେ୩୨.୭, କେନ୍ଦୁଝରରେ ୩୨.୩,  କଟକ ଓ ପୁରୀରେ ୩୧.୮, ଦାରିଙ୍ଗିବାଡିରେ ୩୧.୫ ଡିଗ୍ରୀ ରେକର୍ଡ଼ ହୋଇଛି।  ଆସନ୍ତା ୪ ରୁ ୫ ଦିନ ଯାଏଁ  ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଆଜି ଭଦ୍ରକ, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ଓ ଢେଙ୍କାନାଳରେ ଘନ କୁହୁଡି଼ ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲି  କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ ଓ ଗଂଜାମରେ ଘନ କୁହୁଡି଼ ଦେଖାଦେବ ବୋଲି ପୂର୍ବାନୁମାନ କରାଯାଇଛି। 
Read More
{}{}