Weather Update: ମାର୍ଚ୍ଚ ଆରମ୍ଭରୁ ରେକର୍ଡ କଲାଣି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଯଦି ମାର୍ଚ୍ଚ ପ୍ରଥମ ସପ୍ତାହରେ ପାରଦ ୩୯ ଡିଗ୍ରୀ ଛୁଇଁଛି। ତେବେ, ଆଗକୁ କିଭଳି ରହିବ ସ୍ଥିତି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଗକୁ ସ୍ଥିତି ଭୟଙ୍କର ହେବ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବନି।
ବିଶେଷକରି, ପ୍ରଚଣ୍ତ ତାତିରେ ସିଝିବ ପଶ୍ଚିମ ଓ ଦକ୍ଷିଣ ଓଡି଼ଶା। ବିଶେଷକରି, ମାର୍ଚ୍ଚ ଆରମ୍ଭରୁ ପଶ୍ଚିମ ଓଡି଼ଶାର ସ୍ଥିତି ପୁରା ବେହାଲ ରହିଥିବା ବେଳେ ଆଗାମୀ ଦିନରେ ପାରଦ ୪୦ ଡିଗ୍ରୀ ପାର୍ କରିବ ବୋଲି ଆକଳନ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ। ଝାରସୁଗୁଡାରେ ଗତକାଲି ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ଅନ୍ୟ ସହରରେ ବି ତାପମାତ୍ରା ଉପରମୁହାଁ ହୋଇଛି।ସେପଟେ, ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ତାତି ସହ ଗ୍ରୀଷ୍ମପ୍ରବାହ ହେବ ବୋଲି ଆଇଏମଡି ଚେତାବନୀ ଦେଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଜି ଓ ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ କମିବ। ସେହିପରି, ୮ ତାରିଖ ଠାରୁ ପୁଣିଥରେ ବଢ଼ିବ।