Hindi News >>Home >>Weather

Weather Update: ରାଜ୍ୟରେ ଶୀତର ଲହରି ଜାରି, ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

Weather Update: ରାଜ୍ୟରେ ଆରମ୍ଭ ହୋଇ ଯାଇଛି ଶୀତର ଲହରୀ।  ଆସନ୍ତା ୪ ଦିନ ଯାଏଁ  ରାଜ୍ୟରେ ଶୀତର ପ୍ରକୋପ କମିବନି।  ବାହାରକୁ ବାହାରିଲେ କୋହଲା ପବନ ଦେହ , ହାତ ଥରାଇ ଦେଉଛି। ରାତି ବଢିଲେ ଶୀତ ବଢିବ।  ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ସୋମବାର ଦିନ ରାଜ୍ୟର ୧୨ ସହର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିଲା।  ଜି. ଉଦୟଗିରିରେ ପାରଦ  ସବୁଠୁ କମ୍  ବା ୭.୨ ଡିଗ୍ରୀ ସେଲସିୟସ୍ କୁ ଖସି ଆସିଥିଲା। 

Advertisement
Weather Update: ରାଜ୍ୟରେ ଶୀତର ଲହରି ଜାରି,  ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା
Narmada Behera|Updated: Nov 19, 2024, 06:21 AM IST
Share
Weather Update: ରାଜ୍ୟରେ ଆରମ୍ଭ ହୋଇ ଯାଇଛି ଶୀତର ଲହରୀ।  ଆସନ୍ତା ୪ ଦିନ ଯାଏଁ  ରାଜ୍ୟରେ ଶୀତର ପ୍ରକୋପ କମିବନି।  ବାହାରକୁ ବାହାରିଲେ କୋହଲା ପବନ ଦେହ , ହାତ ଥରାଇ ଦେଉଛି। ରାତି ବଢିଲେ ଶୀତ ବଢିବ।  ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ସୋମବାର ଦିନ ରାଜ୍ୟର ୧୨ ସହର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିଲା।  ଜି. ଉଦୟଗିରିରେ ପାରଦ  ସବୁଠୁ କମ୍  ବା ୭.୨ ଡିଗ୍ରୀ ସେଲସିୟସ୍ କୁ ଖସି ଆସିଥିଲା। ଫୁଲବାଣୀରେ ୧୦.୫, ଅନୁଗୁଳରେ ୧୧.୬, ଦାରିଙ୍ଗିବାଡିରେ ୧୧.୫, ରାଉରକେଲାରେ ୧୨.୨, ଝାରସୁଗୁଡାରେ ୧୨.୪, ଭବାନୀପାଟଣାରେ ୧୩, କେନ୍ଦୁଝର ଓ ସୁନ୍ଦରଗଡରେ ୧୪, ନବରଙ୍ଗପୁରରେ ୧୪.୫,ବଲାଙ୍ଗୀର ଓ ଢେଙ୍କାନାଳରେ ୧୪.୯, ସୋନପୁରରେ ୧୫.୧, ନୟାଗଡରେ ୧୫.୪ ଡିଗ୍ରୀ ରେକର୍ଡ଼ ହୋଇଛି। 
 
 
ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ର ସମ୍ଭାବନା ନାହିଁ। ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼ , କନ୍ଧମାଳ ଓ କଳାହାଣ୍ତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡୁ ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ।  
Read More
{}{}