Home >>Weather

Weather Update: ଆଜିଠୁ ପୁଣି କଲବଲ କରିବ ତାତି, ପ୍ରବଳ ଖରା ସାଙ୍ଗକୁ ହେବ ଗୁଳୁଗୁଳି

Weather Update: ବଦଳିଲା ପାଣିପାଗର ମିଜାଜ୍ । ପାଖାପାଖି ସପ୍ତାହେ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି ସହ କୁଆପଥର ବର୍ଷା ହୋଇଥିଲା।

Advertisement
Weather Update: ଆଜିଠୁ ପୁଣି କଲବଲ କରିବ ତାତି, ପ୍ରବଳ ଖରା ସାଙ୍ଗକୁ ହେବ ଗୁଳୁଗୁଳି
Narmada Behera|Updated: Mar 26, 2025, 06:41 AM IST
Share

Weather Update: ବଦଳିଲା ପାଣିପାଗର ମିଜାଜ୍ । ପାଖାପାଖି ସପ୍ତାହେ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି ସହ କୁଆପଥର ବର୍ଷା ହୋଇଥିଲା। ପାଣିପାଗ ବିଭାଗରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖିର ପ୍ରଭାବ ରହିବ ନାହିଁ। ଏବେ ପୁଣି ସେହି ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଉପରମୁହାଁ ହେବ ପାରଦ। କେବଳ ସେତିକି ନୁହେଁ,  ୪ ଦିନ ଭିତରେ ପୁଣି ୪ ରୁ ୫ ଡିଗ୍ରୀ ତାପାମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୨୭ ତାରିଖ ବେଳକୁ ପାରଦ ୪୦ ପାଖାପାଖି ପହଞ୍ଚିବ ପାରଦ। 

 

ALSO READ: Today Horoscope: ଆଜି ମିଥୁନ -କନ୍ୟା ସହ ଏହିସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: ଏହି ଗାୟକଙ୍କ ସହ ରୁମ୍ ଭିତରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମାଙ୍କ ଏହି ଭିଡିଓ, ଦେଖନ୍ତୁ

ଆଜିଠୁ ଗରମ ସହିତ ଗୁଳୁଗୁଳି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏହାସହ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ନାହିଁ । ଏହାସହ ଦିନର ତାପମାତ୍ରା ପୁଣିଥରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାତି ତାପମାତ୍ରା ମଧ୍ୟ ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି।

Read More
{}{}