Hindi News >>Home >>Weather

Weather Update: କୁହୁଡି଼ ନେଇ ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ଫେବୃଆରୀ ସରିନି କିନ୍ତୁ ରାଜ୍ୟରୁ ଗାଏବ ହୋଇ ଗଲାଣୀ ଶୀତ (winter)। ଆସନ୍ତା ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ପଢନ୍ତୁ ପୂରା ରିପୋର୍ଟ...

Advertisement
Weather Update: କୁହୁଡି଼ ନେଇ ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି
Zee Odisha Desk|Updated: Feb 17, 2024, 06:53 AM IST
Share

Weather Update: ଫେବୃଆରୀ ସରିନି କିନ୍ତୁ ରାଜ୍ୟରୁ ଗାଏବ ହୋଇ ଗଲାଣୀ ଶୀତ (winter)। ଆସନ୍ତା ତିନି ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ଦୁଇ ଦିନ କୋରପୁଟ୍, କନ୍ଧମାଳ, ରାୟଗଡା, କଟକ, ଢେଙ୍କାନାଳ, ଅନୁଗୋଳ ସମେତ ଦକ୍ଷିଣ ଉପକୂଳ ଓଡି଼ଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ (Bhubaneswar Meteorological Centre) କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡରେ ଅତି ଘନ କୁହୁଡି଼ (fog) ହେବାରୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା। ସେହିଭଳି ରାଇରଙ୍ଗପୁର ଠାରେ ୨୮ ମିମି,  ବିଜାତଳା ଓ ଜାମଦାରେ ୧୭ ମିମି, ରାସଗୋବିନ୍ଦପୁରରେ ୧୫ ମିମି , ତିରିଙ୍ଗିରେ ୮.୨, ବହଳଦାରେ ୭ ମିମି ବର୍ଷା ହୋଇଛି।  

 

ଏହାବି ପଢନ୍ତୁ : Surya And Shani Yuti 2024: କୁମ୍ଭରେ ସୂର୍ଯ୍ୟ-ଶନି, ଧନବାନ୍ ହେବେ ଏହି ୪ ରାଶି

ଶୁକ୍ରବାର ପାରଳାଖେମୁଣ୍ତିରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି, ଟିଟିଲାଗଡରେ ୩୪.୫, ମାଲକାନଗିରିରେ ୩୪.୨, ବୌଦ୍ଧ ଓ ବଲାଙ୍ଗୀରରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ଼ ହୋଇଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଫେବୃଆରୀ ପ୍ରଥମ ସପ୍ତାହରୁ ଶୀତ କୁଆଡେ ହଜି ଯାଇଛି। ଉପକୂଳ ଓଡି଼ଶାରେ ରାତିର ତାପମାତ୍ରା ଯେତିକି ରହିବା କଥା ତା ଠାରୁ ୨ ରୁ ୫ ଡିଗ୍ରୀ ଅଧିକ ଅଛି।  ଆଭ୍ୟନ୍ତରୀଣ ଓଡି଼ଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ରହିଛି।  ସ୍ଥିତି ଏମିତି ଯେ, ଫେବୃଆରୀ ଆରମ୍ଭରୁ ହିଁ ଏସି, ଫ୍ୟାନ୍ ବିନା ରହି ହେଉନି। ବାହାରେ ଖରା ବାଧିଲାଣୀ। ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧିରେ ଧିରେ ବଢିଥାଏ। ମାତ୍ର ଏଥର ପ୍ରଥମ ସପ୍ତାହରୁ ହିଁ ସ୍ଥିତି ଅସ୍ବାଭବିକ ହେଲାଣୀ। 

 

Read More
{}{}