Home >>Weather

Weather Update: ଦିଲ୍ଲୀ ସମେତ ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସହିତ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ମୌସୁମୀ ବର୍ଷା ଲାଗି ରହିଛି। ମୁମ୍ବାଇରେ ଲଗାଣ ବର୍ଷାରେ ବେହାଲ ଜୀବନ। କିଛି ରାଜ୍ୟରେ ଝିପି ଝିପି ବର୍ଷା ଲାଗି ରହିଛି। ସେହିପରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଆଇଏମଡି ଅନୁସାରେ ସମଗ୍

Advertisement
Weather Update: ଦିଲ୍ଲୀ ସମେତ ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
Prabhudatta Moharana|Updated: Jul 12, 2024, 06:03 PM IST
Share

Weather Update: ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସହିତ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ମୌସୁମୀ ବର୍ଷା ଲାଗି ରହିଛି। ମୁମ୍ବାଇରେ ଲଗାଣ ବର୍ଷାରେ ବେହାଲ ଜୀବନ। କିଛି ରାଜ୍ୟରେ ଝିପି ଝିପି ବର୍ଷା ଲାଗି ରହିଛି। ସେହିପରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଆଇଏମଡି ଅନୁସାରେ ସମଗ୍ର ଦେଶରେ ଏବେ ମୌସୁମୀ ଜନିତ ବର୍ଷା ଲାଗି ରହିଛି। ଆସାମ ଓ ଉତ୍ତର ପୂର୍ବ ଭାରତ ପରେ ଏବେ ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଉତ୍ତରପ୍ରଦେଶରେ କିପରି ରହିବ ପାଣିପାଗ।

ଦିଲ୍ଲୀରେ ଗୁରୁବାର ଦିନ ସ୍ୱଳ୍ପ ସମୟ ପାଇଁ ଗରମ ଅନୁଭୂତ ହୋଇଥିଲା। ଏପରିକି ଦିଲ୍ଲୀର କିଛି ଅଞ୍ଚଳରେ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇଥିଲା। ତେବେ ପାଣିପାଗ ବିଭାଗ ଅନୁସାରେ ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ହୋଇପାରେ। ଆଇଏମଜି ଅନୁସାରେ ଆଜି ଆକାଶ ମେଘାଚ୍ଛନ ରହିବ। ଏହା ବ୍ୟତୀତ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଆଦି ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରହିବାକୁ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ରହିପାରେ। 

 

ସେହିପରି ପୂର୍ବ ଓ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁସାରେ ରାଜଧାନୀ ଲକ୍ଷ୍ନୌ ଓ ଏହାର ଆଖପାଖ ଅଞ୍ଚଳରେ ୨ ରୁ ୩ ଦିନ ପର୍ଯ୍ୟନ୍ତ ମୂଷଳ ଧାରାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୫ ଜୁଲାଇ ପର୍ଯ୍ୟନ୍ତ ମୌସୁମୀ ବର୍ଷାର ପରିମାଣ ବୃଦ୍ଧି ପାଇବ। ଉତ୍ତରପ୍ରଦେଶର ୮୦୦ ଗାଁରେ ବନ୍ୟା ପରିସ୍ଥିତି ଆସିପାରେ। କିଛି ଗାଁରେ ଏବେ ବନ୍ୟା ଜଳ ପ୍ରବେଶ କରିଥିବାର ଚିତ୍ର ସାମ୍ନାକୁ ଆସିଛି। ଲୋକମାନେ ବାଧ୍ୟ ହୋଇ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଲାଗିଛନ୍ତି। 

ସେହିପରି ଉତ୍ତରପ୍ରଦେଶର ପୂର୍ବାଞ୍ଚଳର ଶ୍ରାବସ୍ତୀ, କୁଶିନଗର, ସିଦ୍ଧାର୍ଥନଗର, ମହାରାଜଗଞ୍ଜ, ଗୋଣ୍ଡା, ବଲରାମପୁର, ସନ୍ଥକବୀର ନଗରରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ଗାଜିଆବାଦ, ଗୌତମବୁଦ୍ଧନଗର, ମୋରାଦାବାଦ, ହାପୁଡ଼, ସମ୍ଭଲ, ରାମପୁର, ବିଜନୌର, ମଥୁରା, ଆଗ୍ରା, ଫିରୋଜାବାଦ ଓ ଅଲିଗଡ଼ରେ ମଧ୍ୟ ପ୍ରବଳ ବର୍ଷାହେବାର ସତର୍କ ସୂଚନା ଜାରି କରାଯାଇଛି। 

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକାଂଶ ସ୍ଥାନରେ ପଥର ଧସିବା ଭଳି ଘଟଣା ସାମ୍ନାକୁ ଆସିଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଉତ୍ତରକାଶୀ, ଚମୋଲୀ ଓ ରୁଦ୍ରପ୍ରୟାଗରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହା ସହିତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଟିହରି ଗଢୱାଲ ଓ ଡେରାଡୁନରେ ମୁଷଳଧାରାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀୋ ୧୭ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ଗୋଆ, ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ, ହରିଆଣା, ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। କିଛି ରାଜ୍ୟରେ ପ୍ରବଳ ବର୍ଷା ହେବା ସହିତ ବଜ୍ରପାତ ହୋଇପାରେ। 

Read More
{}{}