Weather Update: ଫେବୃଆରୀ ମଧ୍ୟ ଭାଗରୁ ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି। ସକାଳ ଓ ସନ୍ଧ୍ୟା ସମୟରେ ସାମାନ୍ୟ ଶୀତ ସହ ହାଲୁକା କୁହୁଡି଼ ଅନୁଭବ ହେଉଛି। ତେବେ, ଏ-ହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଆଉ ଏ-କ ଖବର ଦେଇଛି। ରାଜ୍ୟରେ ଆଜିଠାରୁ ଦିନ ତାପମାତ୍ରା ସାମାନ୍ୟ କମିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି଼ ଦେଖାଦେବ। ଆଜି ବିଶେଷକରି, ଯାଜପୁର, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ ଓ କେନ୍ଦ୍ରାପଡାରେ ମଧ୍ୟମ ଧରଣରେ କୁହୁଡି ହୋଇପାରେ । ଯାନବାହାନ ଧୀରେ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।
ସୋମବାର ଦିନ ଝାରସୁଗୁଡାରେ ଦିନ ତାପମାତ୍ରା ୩୫.୪, ବଲାଙ୍ଗୀର ଓ ପାରଳାଖେମୁଣ୍ତିରେ ୩୫.୨, ଅନୁଗୁଳରେ ୩୪.୭, ସୋନପୁରରେ ୩୪.୫, ହୀରାକୁଦରେ ୩୪.୧, ନୂଆପ଼ଡାରେ ୩୪, ଭଦ୍ରକ ଓ ଢେଙ୍କାନାଳରେ ୩୩.୮, ନବରଙ୍ଗପୁରରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ଫୁଲବାଣୀରେ ସବୁଠୁ କମ୍ ୯.୫ ଡିଗ୍ରୀ ରେକର୍ଡ଼ କରାଯାଇଛି।