Hindi News >>Home >>Weather

Weather Update: ପୁଣି ବଙ୍ଗୋପସାଗରରେ ଲଘୁଚାପ, ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି। ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ମଡେଲ୍ ଆକଳନ କରିଛି। 

Advertisement
Weather Update: ପୁଣି ବଙ୍ଗୋପସାଗରରେ ଲଘୁଚାପ, ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Narmada Behera|Updated: Aug 03, 2024, 06:33 AM IST
Share

Weather Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି। ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ମଡେଲ୍ ଆକଳନ କରିଛି। ଗୁରୁବାର ଗାଙ୍ଗେୟ  ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଦକ୍ଷିଣ ବାଙ୍ଗଲାଦେଶ ନିକଟରେ ଏହା ସକ୍ରିୟ ଥିଲା।  ଝାଡଖଣ୍ତ ଉପରେ ଲଘୁଚାପ କ୍ଷେତ୍ର ରହିଥିବା ବେଳେ ଏହା ସମୁଦ୍ର ପତ୍ତନର ୭.୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ଏହା ଉତ୍ତର, ଉତ୍ତର ପଶ୍ଚିମ ଆଡକୁ  ଗତି କରିବ । ପରେ ଅଧିକ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟାରେ ଅବପାତର ରୂପ ନେବ।  

 

ALSO READ: Today Horoscope: କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡି଼ବେ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ପ୍ରଭାବରେ ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ବରଗଡ ଓ କେନ୍ଦୁଝର। ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହା ସହ ଆଜି ଅନୁଗୋଳ, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।   ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର  ଜିଲ୍ଲାର କେତେକ ଅଞ୍ଚଳରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । 

ଏବେ ସୁଧା ମୌମୁମୀ ରେ ୯ ପ୍ରତିଶତ ଅଭାବୀ ବର୍ଷା ରେକର୍ଡ଼ ହୋଇଛି। ସ୍ବାଭାବିକ ବର୍ଷା  ୫୭୨.୬ ମିମି ରେକର୍ଡ଼  ହୋଇଛି। ଗୋଟିଏ ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ଼ ହୋଇଥିବା ବେଳେ ୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ଠାରୁ ଅଧିକ , ୧୫ ଜିଲ୍ଲାରେ ସ୍ବାଭାବିକ ଓ ବାକି ୧୧ ଜିଲ୍ଲାରେ  ବର୍ଷା ସ୍ଥିତି ଅଭାବୀ ରେକର୍ଡ଼ ହୋଇଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ, କଟକ ଓ କେନ୍ଦ୍ରାପଡାରେ ଭାରି ବର୍ଷା ରେକର୍ଡ଼ ହୋଇଥିବା ଆଞ୍ଚଳିକା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 

Read More
{}{}