Home >>Weather

Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଲାଂଦେଶରେ ମଙ୍ଗଳବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବର ୮ ତାରିଖ ଯାଏଁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖ ଯାଏଁ ପଶ୍ଚିମ ଓଡି଼ଶା ସମେତ  ବିଭିନ୍ନ ସ୍ଥାନରେ ଭାରି ବର୍ଷା  ହେବ। 

Advertisement
Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Narmada Behera|Updated: Aug 07, 2024, 06:38 AM IST
Share

Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଲାଂଦେଶରେ ମଙ୍ଗଳବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବର ୮ ତାରିଖ ଯାଏଁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖ ଯାଏଁ ପଶ୍ଚିମ ଓଡି଼ଶା ସମେତ  ବିଭିନ୍ନ ସ୍ଥାନରେ ଭାରି ବର୍ଷା  ହେବ। ଆଜି ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡା,  ବରଗଡ଼,  ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ଏହାସହ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ମୟୂରଭଂଜ , କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଗୁରୁବାର ଠାରୁ ରାଜ୍ୟରେ ଧିରେ ଧିରେ ବର୍ଷାର ପରିମାଣ କମିବ।

 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଅନୁକୂଳ, ବ୍ୟବସାୟରେ ମିଳିବ ଲାଭ ସହ...

୯ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ଅଧିକ ସମ୍ଭାବନା ନ ଥିବା ବେଳେ କୌଣସି ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି ହୋଇ ନାହିଁ। ସେହିପରି ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସାମ୍ଭାବ୍ୟ ଘୂର୍ଣ୍ଣିବଳୟ  ଲଘୁଚାପର ରୂପ ନେବ କି ନାହିଁ। ତାହା ପାଣିପାଗ ବିଭାଗ ସ୍ପଷ୍ଟ କରି ନାହିଁ। କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗକୁ ବର୍ଷା ବଢିବାର ସମ୍ଭାବନା ରହିଛି। ଅନ୍ୟପଟେ, ରାଜ୍ୟରେ ବର୍ତ୍ତମାନ ସୁଧା ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି।  ମୌମୁମୀରେ ରାଜ୍ୟରେ ୫୪୬.୮ ମିମି  ବର୍ଷା ରେକର୍ଡ଼ ହୋଇଥିବା ବେଳେ ଏହି ସମୟ ପରିଧିରେ ୬୨୯.୩ ମିମି ସ୍ବାଭାବିକ ବର୍ଷା ରେକର୍ଡ଼ ହେବା କଥା । କିନ୍ତୁ ଏବେ ବି ରାଜ୍ୟରେ  ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। କେବଳ ମାଲକାନଗିରିରେ ସ୍ବାଭାବିକ୍ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା , ୧୪ ଜିଲ୍ଲାରେ ସ୍ବାଭାବିକ ବର୍ଷା, ବାକି ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Read More
{}{}