Home >>Weather

Weather Update: ବଙ୍ଗୋପସାଗରରେ ଲଘୁଚାପ, ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Weather Update: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଏହା ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରୁଛି। ୨ ଦିନରେ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ  ପଶ୍ଚିମବଙ୍ଗ ଉପରେ  ସ୍ପଷ୍ଚ ଚିହ୍ନିତ ଲଘୁଚାପରେ ପରିଣତ ହେବ।  ୧୯ ତାରିଖ ଯାଏଁ ଓଡ଼ିଶାର ବିସ୍ତୁତ ଅଞ୍ଚଳରେ ବର୍ଷା ହୋଇପାରେ। 

Advertisement
Weather Update: ବଙ୍ଗୋପସାଗରରେ ଲଘୁଚାପ, ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
Narmada Behera|Updated: Aug 17, 2024, 06:48 AM IST
Share

Weather Update: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଏହା ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରୁଛି। ୨ ଦିନରେ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ  ପଶ୍ଚିମବଙ୍ଗ ଉପରେ  ସ୍ପଷ୍ଚ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ  ଉତ୍ତର ଓ ପଶ୍ଚିମ ଓଡି଼ଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ୧୯ ତାରିଖ ଯାଏଁ ଓଡ଼ିଶାର ବିସ୍ତୁତ ଅଞ୍ଚଳରେ ବର୍ଷା ହୋଇପାରେ। ପ୍ରବଳ ବର୍ଷା ପାଇଁ ରାଜ୍ୟର କିଛି ଏଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ଅଚାନକ ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଥିପାଇଁ ସତର୍କତା ଜାରି କରାଯାଇଛି। 

 

ALSO READ: Today Horoscope: ଆଜି ସିଂହ -ତୁଳା ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ସେହିପରି, ୨୨ ରୁ ୨୮ ଅଗଷ୍ଟ ଯାଏଁ ରାଜ୍ୟରେ ସ୍ବାଭାବିକ୍ ବା ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଏହା ଆକଳନରେ କୁହାଯାଇଛି।  ଆଜି, ଉତ୍ତର ଓଡି଼ଶାର କିଛି ସ୍ଥାନରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।  ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି।  ଏହି ସବୁ ଜିଲ୍ଲାରେ କିଛି ସ୍ଥାନରେ ୭୦ ରୁ ୨୦୦ ମିମି ଯାଏଁ ବର୍ଷା ହେବ। ଆଜି ବିଶେଷକରି, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗତ,ବରଗଡ଼, ନୂଆପଡା, ବଲାଙ୍ଗୀର,ବୌଦ୍ଧ ଓ ସୋନପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ତାରିଖରେ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଓ ନୂଆପଡାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ୧୯ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ,ଦେବଗଡ,କେନ୍ଦୁଝର, ଓ ସମ୍ବଲପୁରରେ ୭୦ରୁ ୧୦୦ ମିମି ପର୍ଯ୍ୟନ୍ତ  ବର୍ଷା ହେବର ସମ୍ଭାବନା ରହିଛି। ୨୦ ତାରିଖରେ  ସୁନ୍ଦରଗଡ, ଝାରସୁଗୁଡା, ବରଗଡ ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବ। 
୧୬ ରୁ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ଯୋଗୁଁ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।  ଏଥିପାଇଁ  ଅଧିକ ବର୍ଷା ସମ୍ଭାବନା  ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ  ସତର୍କ କରାଇଛନ୍ତି  ସ୍ବତନ୍ତ୍ର ରିଲିଫ୍  କମିଶନର। 

 

 

Read More
{}{}