Home >>Weather

Weather Update: ଆଜି ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ମୌମୁମୀ ଜନିତ ବର୍ଷା। କିନ୍ତୁ ଆଉ କିଛି ଦିନ ପରେ ବର୍ଷାର ପ୍ରକୋପ କମିବ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶନିବାର ସକାଳ ଯାଏଁ  ଓଡ଼ିଶା ବିଭିନ୍ନ ଜିଲ୍ଲାକେ ବର୍ଷା ଲାଗି ରହିବ। 

Advertisement
Weather Update: ଆଜି ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Narmada Behera|Updated: Aug 01, 2024, 06:32 AM IST
Share

Weather Update: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ମୌମୁମୀ ଜନିତ ବର୍ଷା। କିନ୍ତୁ ଆଉ କିଛି ଦିନ ପରେ ବର୍ଷାର ପ୍ରକୋପ କମିବ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶନିବାର ସକାଳ ଯାଏଁ  ଓଡ଼ିଶା ବିଭିନ୍ନ ଜିଲ୍ଲାକେ ବର୍ଷା ଲାଗି ରହିବ। ଆସନ୍ତା ରବିବାର  ଓ ସୋମବାର ବର୍ଷା ହେବ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଂଜର ରାସଗୋବିନ୍ଦପୁର ଠାରେ ସର୍ବାଧିକ ୬ ସେଣ୍ଟିମିଟିର ବର୍ଷା ହୋଇଥିବା ବେଳେ ମୋରଡାରେ ୫ ସେଣ୍ଟିମିଟର ଓ ଶୁଳିଆପଦାରେ ୪ ସେଣ୍ଟିମିଟର ବର୍ଷା ହୋଇଛି। ବର୍ଷା ସମୟରେ ପ୍ରଶାସନ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି।

 

ALSO READ: Today Horoscope: ସତର୍କ ରୁହନ୍ତୁ ଏହି ରାଶିର ଲୋକେ, କର୍ମକ୍ଷେତ୍ରରେ ଦେଖାଦେଇପାରେ ବିବାଦ

ସେପଟେ,  ଆଜି ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ସୋନପୁର, ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ  ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଂଜ ଓ କଳାହାଣ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଶୁକ୍ରବାରରୁ ଶନିବାର ସକାଳ ସୁଧା ଝାରସୁଗୁଡା, ସୁନ୍ଦରଗଡ, ବରଗଡ଼ , ଦେବଗଡ, କେନ୍ଦୁଝର, ସମ୍ବଲପୁର ଓ ଦେବଗଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିଲାଗି  ଗୁରୁବାର, ଶୁକ୍ରବାର ଓ ଶନିବାର ଉପରୁକ୍ତ ଜିଲ୍ଲା ଗୁଡିକରେ ୟେଲୋ ଆଲର୍ଟ ଜାରି ହୋଇଛି। 

Read More
{}{}