Hindi News >>Home >>Weather

Weather Update: ବଙ୍ଗୋପସାଗରରେ ଲଘୁଚାପ, ଅତି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁସାରେ, ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ପ୍ରଭାବରେ ୪ ଦିନ ରାଜ୍ୟକୁ ଭାରି ବର୍ଷା ନେଇ ଓ୍ବାର୍ଣ୍ଣିଂ ଥିବା ବେଳେ ୨ ଦିନ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ମୌମୁମୀ ସକ୍ରିୟ ଥିବାରୁ ରାଜ୍ୟରେ ବର୍ଷା ଜାରି ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। 

Advertisement
Weather Update: ବଙ୍ଗୋପସାଗରରେ ଲଘୁଚାପ, ଅତି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
Narmada Behera|Updated: Jul 19, 2024, 06:40 AM IST
Share

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁସାରେ, ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ବଙ୍ଗୋପସାଗର ସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ  ଗୁରୁବାର ଲଘୁଚାପର ରୂପ ନେଇଛି। ଏହାସହ ଜଡି଼ତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି।  ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ  ଗତି କରି  ଆସନ୍ତା ୨ ଦିନରେ  ଓଡି଼ଶା ଉପକୂଳରେ ପହଞ୍ଚିବ। ପ୍ରଭାବରେ ୪ ଦିନ ରାଜ୍ୟକୁ ଭାରି ବର୍ଷା ନେଇ ଓ୍ବାର୍ଣ୍ଣିଂ ଥିବା ବେଳେ ୨ ଦିନ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ମୌମୁମୀ ସକ୍ରିୟ ଥିବାରୁ ରାଜ୍ୟରେ ବର୍ଷା ଜାରି ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ଆଶା କରୁଥିବା ଦିଗରୁ ମିଳିପାରେ ଖୁସି ଖବର

 

ସେହିପରି, ଆଜି ମଧ୍ୟ ଲଘୁଚାପ ପ୍ରଭାବରେ କଳାହାଣ୍ତି, ନବରଙ୍ଗପୁର, କୋରାପୁଟ୍, ଗଞ୍ଜାମ, ଗଜପତି, ମାଲକାନଗିରି, କନ୍ଧମାଳ, ବୌଦ୍ଧ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ନୂଆପଡା,ବଲାଙ୍ଗୀର, ସୋନପୁର, ନୟାଗଡ, ଖୋର୍ଦ୍ଧା,ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଓ କଟକ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। 

ସେହିପରି ୨୦ ତାରିଖରେ ମଧ୍ୟ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବୌଦ୍ଧ, ସୋନପୁର, ନୟାଗଡକୁ ଅରେଞ୍ଜ ଓ ଗଂଜାମ, ଗଜପତି, କଳାହାଣ୍ତି, କନ୍ଧମାଳ, ସମ୍ବଲପୁର, ଅନୁଗୁଳ,ଢେଙ୍କାନାଳ, କଟକ , ଖୋର୍ଦ୍ଧା,ନୟାଗଡ, ବଲାଙ୍ଗୀର, ବରଗଡ଼ ଓ ଯାଜପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୧ ଓ ୨୨ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୁତି ସାମାନ୍ୟ କମିବ। କିନ୍ତୁ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଲଘୁଚାପ ପ୍ରଭାବରୁ ସମୁଦ୍ର ଅଶାନ୍ତ ଥିବାରୁ ୨୨ ତାରିଖ ଯାଏଁ ମତ୍ସଜୀବିଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେପଟେ, ଚଳିତ ସିଜିନରେ ଏପର୍ଯ୍ୟନ୍ତ ୨୮୮.୩୩ ମିମି ବର୍ଷା ହୋଇଛି। 

 

 

Read More
{}{}