Hindi News >>Home >>Weather

Weather Update: ଆଜି ଏହି ସବୁ ଜିଲ୍ଲାରେ ବର୍ଷିବ! ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି

Weather Update: ଫେବୃଆରୀ ଶେଷ ହୋଇନି କିନ୍ତୁ ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ (winter)। ଦୁଇ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳରେ  ହାଲୁକା ଶୀତ ଅନୁଭୂତ ହେଉଥିଲା । କିନ୍ତୁ ଏବେ ପୁଣି ଥରେ ରାଜ୍ୟରୁ ଶୀତ ଉଭାନ୍ ହୋଇଛି।  ରାତି ପାରଦ ଉପର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନର ରାତିର ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। 

Advertisement
Weather Update: ଆଜି ଏହି ସବୁ ଜିଲ୍ଲାରେ ବର୍ଷିବ! ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି
Zee Odisha Desk|Updated: Feb 12, 2024, 06:24 AM IST
Share

Weather Update: ଫେବୃଆରୀ ଶେଷ ହୋଇନି କିନ୍ତୁ ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ (winter)। ଦୁଇ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳରେ  ହାଲୁକା ଶୀତ ଅନୁଭୂତ ହେଉଥିଲା । କିନ୍ତୁ ଏବେ ପୁଣି ଥରେ ରାଜ୍ୟରୁ ଶୀତ ଉଭାନ୍ ହୋଇଛି।  ରାତି ପାରଦ ଉପର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନର ରାତିର ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ଆଜି କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। 

 

୨୪ ଘଣ୍ଟା ପରେ ବର୍ଷା କମିବ। ଏବଂ ଦୁଇ ଦିନ ପାଗ ଶୁଖିଲା ରହିବ। ପରେ ପୁଣି ଥରେ ୧୫ ଓ ୧୬ ତାରିଖର ୨ ଦିନ ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି। କିଛି ସ୍ଥାନରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ବୃଦ୍ଧି ହୋଇଥିବାରୁ ଗରମ ସହ  ଗୁଳୁଗୁଳି ଅନୁଭୁତି  ହେଉଛି। ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟ ସକ୍ରିୟ ନ ଥିବା ବେଳେ ଆଗାମୀ ୫ ଦିନ ଯାଏଁ କୌଣସି ସତର୍କ ସୂଚନା ନାହିଁ। 

ଉତ୍ତର -ପଶ୍ଚିମ ଦିଗରୁ ଆସୁଥିବା ମେଘ ସମୂହ ସହ ରାଜ୍ୟ ମଧ୍ୟକୁ ଜଳୀୟବାସ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି।  ଏହାର ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବାନ ରହିଛି। ଉତ୍ତର ଆଭ୍ୟନ୍ତରିଣ ଓଡି଼ଶାର ସୁନ୍ଦରଗଡ, ସମ୍ବଲପୁର,ଝାରସୁଗୁଡା ଓ ଦେଓଗଡ଼ ଆଦି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଶୀତ ଉଭାନ୍ ହେବା ସହ ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଉଛି।  ବିଶେଷକରି, ଦିନର ତାପମାତ୍ରା ଅଧିକ ବଢିବା ଫଳରେ ରାଜ୍ୟରେ ଗରମ ଅନୁଭୂତ ହେବ। ଅସ୍ବାଭାବିକ ପାଣିପାଗ ଲାଗି ରବିବାର ସଂନ୍ଧ୍ୟାରେ ନବରଙ୍ଗପୁର, ନୂଆପଡା, ବରଗଡ,ଝରାସୁଗୁଡା,ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରେ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛି। 

 

 

 

 

Read More
{}{}