Hindi News >>Home >>Weather

Weather Update: ରାଜ୍ୟରେ ଆଜିଠୁ ବଢିବ ଶୀତ,୧୦ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଏବେ ଶୀତ କମ୍ ଥିବା ବେଳେ କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ଚଳିତ ବର୍ଷ ଅପେକ୍ଷା ରାଜ୍ୟରେ ଶୀତର ପ୍ରକୋପ କମ୍ ରହିଛି।  

Advertisement
Weather Update: ରାଜ୍ୟରେ ଆଜିଠୁ ବଢିବ ଶୀତ,୧୦ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା
Narmada Behera|Updated: Dec 10, 2024, 06:36 AM IST
Share
Weather Update: ରାଜ୍ୟରେ ଏବେ ଶୀତ କମ୍ ଥିବା ବେଳେ କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ଚଳିତ ବର୍ଷ ଅପେକ୍ଷା ରାଜ୍ୟରେ ଶୀତର ପ୍ରକୋପ କମ୍ ରହିଛି।  ଡିସେମ୍ବର ପ୍ରଥମ ସପ୍ତାହ ଶେଷ ହୋଇ ଦ୍ବୀତିୟ ସପ୍ତାହ ଆରମ୍ଭ ହୋଇଛି।  ପ୍ରତିବର୍ଷ ଏହି ସମୟରେ ହାଡ଼ ଭଙ୍ଗା ଶୀତ ଅନୁଭବ ହୁଏ।  ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୫ ଦିନ ରାତିର ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିବ ନାହିଁ। ଅର୍ଥାତ୍  ସମସ୍ତ ସହରର ରାତିର ପାରଦ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବ କୁହାଯାଇପାରିବ। ବିଶେଷକରି, କନ୍ଧମାଳ, ସୁନ୍ଦରଗଡ ଓ କୋରାପୁଟ୍ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିତ ଶୀତ ଅନୁଭୂତ ହେବେ। ଉପକୂଳ ଓଡିଶା ସମେତ କିଛି ସ୍ଥାନରେ ୨୦ ରୁ  ୨୨ ଡିଗ୍ରୀ ତାପମାତ୍ରା ଡେଉଁପାରେ। ଅନ୍ୟପଟେ, ଆଜିଠାରୁ ରାଜ୍ୟରେ ଶୀତର ପ୍ରଭାବ ଟିକେ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। 
 
 
 
ସେପଟେ,  ଆଜି ରାଜ୍ୟରେ ପାଣ ମେଘୁଆ ସହିବା ସହ କିଛି ଜିଲ୍ଲାରେ ହାଲୁବା ବର୍ଷା  ହୋଇପାରେ। ସେହି ଜିଲ୍ଲା ଗୁଡିକ ହେଲା, ବାଲେଶ୍ବର, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ , ଢେଙ୍କାନାଳ ,ଯାଜପୁର, ମୟୂରଭଂଜ, କେନ୍ଦୁଝର, ଖୋର୍ଦ୍ଧା ଓ କଟକ । ଆସନ୍ତା ୧୦ ତାରିଖ ଠାରୁ ରାଜ୍ୟରେ ବର୍ଷାର ବିଶେଷ ଭାବରେ କୌଣସି ସ୍ଥାନରେ ବର୍ଷା ହେବାର ସମ୍ଭାବନା ନାହିଁ । ଗତକାଲି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଧର୍ମଗଡରେ ସର୍ବାଧିକ ୨୯.୦୦ ମିମି ବର୍ଷା ରେକର୍ଡ ହୋଇଛି।
Read More
{}{}