Home >>Weather

Weather Update: ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ସକ୍ରିୟ ମୌସୁମୀ ପ୍ରଭାବ ସହ ଝାଡଖଣ୍ତ ଓ ସଂଲଗ୍ନ ଅଞ୍ଚଳରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡି଼ଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

Advertisement
Weather Update: ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ ଜାରି
Narmada Behera|Updated: Aug 10, 2024, 06:31 AM IST
Share

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ସକ୍ରିୟ ମୌସୁମୀ ପ୍ରଭାବ ସହ ଝାଡଖଣ୍ତ ଓ ସଂଲଗ୍ନ ଅଞ୍ଚଳରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡି଼ଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବ।  ସେହିପରି ୧୧ ଓ ୧୨ ତାରିଖରେ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୩ ତାରିଖରେ ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ALSO READ: Today Horoscope: ଆଜି ଏହିସବୁ ରାଶିଙ୍କୁ ମିଳିବ ଖୁସି ଖବର ସହ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

୧୪ ଓ ୧୫ ତାରିଖ ବେଳକୁ ଉତ୍ତର ଓଡି଼ଶାର କେତେକ ସ୍ଥାନରେ ପ୍ରବଳରୁ ଅତ୍ ପ୍ରବଳ ବର୍ଷା ହେବର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏସଆରସିଙ୍କ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି, ଢେଙ୍କାନାଳରେ ସର୍ବାଧିକ ବର୍ଷା ୨୧.୦ ମିଲିମିଟର ରେକର୍ଡ଼ କରାଯାଇଛି। ସେହିପରି କେନ୍ଦୁଝରରେ ୨୦.୨,ଯାଜପୁରରେ ୧୫.୦, ବାରିପଦାରେ ୧୧.୦ ଓ ଭବାନୀପାଟଣାରେ ୯.୦  ମିମି ବର୍ଷା ରେକର୍ଡ଼ ହୋଇଛି। 

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଗାମୀ ଦିନରେ ବର୍ଷାର ପରିମାଣ କମିବ। ଫଳରେ କେତେକ ସ୍ଥାନରେ ୨୦-୩୦ ମିଲିମିଟର ବର୍ଷା ହେବାକୁ ଥିବାବେଳେ ଆଉ କେତେକ ସ୍ଥାନରେ ୪୦-୪୫ ମିଲିମିଟର ବର୍ଷା ହୋଇପାରେ । ବର୍ଷା ଅଧିକ ନ ଥିବାରି ଅଣସେଚିତ ଜମିରେ ପାଣି ସମସ୍ୟା ଦେଖାଯାଇପାରେ । ଚାଷୀଙ୍କୁ ଚାଷ ଜମିରେ ପାଣି ବାନ୍ଧି ରଖିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ। ଏହବାଦ ରୁଆ କାମ ଶୀଘ୍ର ଶେଷ କରିବା ପାଇଁ ବି ସତର୍କ କରାଇଛନ୍ତି ।

Read More
{}{}