Hindi News >>Home >>Weather

Weather Update: ଆଜି ବଦଳିବ ପାଗର ମିଜାଜ୍, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ଗୁଳୁଗୁଳି ଓ ଟାଣଖରାରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। ଏସି ଓ ଫ୍ୟାନ୍ସ ବିନା ରହିବା ରହି ହେଉନି। ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲାପରି ଖବର ଦେଇଛି।

Advertisement
Weather Update: ଆଜି ବଦଳିବ ପାଗର ମିଜାଜ୍, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Narmada Behera|Updated: Jun 02, 2024, 01:13 PM IST
Share

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ଗୁଳୁଗୁଳି ଓ ଟାଣଖରାରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। ଏସି ଓ ଫ୍ୟାନ୍ସ ବିନା ରହିବା ରହି ହେଉନି। ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲାପରି ଖବର ଦେଇଛି। ଆଜି ଦକ୍ଷିଣ ଓ ଉତ୍ତର ଓଡି଼ଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ସେହି ଜିଲ୍ଲା ଗୁଡିକ ହେଲା,ରାୟଗଡ଼ା, କୋରାପୁଟ , ମାଲକାନଗିରି, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୟାଗଡ, କନ୍ଧମାଳ, ଗଜପତି ଓ ଗଞ୍ଜାମ। ଏହି ସବୁ ଜିଲ୍ଲା ଗୁଡିକରେ ଆଜି ସନ୍ଧ୍ୟା ସୁଦ୍ଧା ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷକୁ କୁହାଯାଇଛି।

ALSO READ: Shukra Gochar 2024: ଶୁକ୍ରଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ରହିଛି ଧନଲାଭର ଯୋଗ!

ALSO READ: Mahalakshmi Rajyoga 2024: ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ ମହାଲକ୍ଷ୍ମୀ ରାଜଯୋଗ, ଧନ ବର୍ଷା ସହ ହାତକୁ ହେବେ ଦି ହାତ!

ସେପଟେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ଟି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ୨୪ ଘଣ୍ଚାରେ ବାଲେଶ୍ବରର ଭୋଗରାଇରେ  ସର୍ବାଧିକ ବର୍ଷା ୬୪ ମିମି ରେକର୍ଡ଼ ହୋଉଛି। କଟକ ଓ ଭୁବନେଶ୍ବରରେ ଗତ ୨ ଦିନ ହେବ କୋହଲା ପାଗ ଦେଖିବାକୁ ମିଳୁଛି।  ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ  ଆରବିଆନ୍ ସମୁଦ୍ରର ଅବଶିଷ୍ଟ ଅଞ୍ଚଳ, ଲକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ, ରୟାଲସୀମା, ତାମିଲନାଡୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗ ଅଞ୍ଚଳରେ ଆଗକୁ ବଢିବାକୁ ପାଗ ଅନୁକୂଳ ରହିଛି।  ଏକ ନିମ୍ନ ଚାପରେଖା  ପଶ୍ଚିମ ଉତ୍ତର ପ୍ରଦେଶରୁ  ବାହାରି , ପଶ୍ଚିମ ଆସାମ ଅଞ୍ଚଳ ଯାଏଁ  ସମୁଦ୍ର ପତନରୁ  ୧.୫ କିମି ଉପରେ ଲମ୍ବିଛି। ଏହାସହ  ଆଉ ଏକ ଘୁର୍ଣ୍ଣିବଳୟ  ଉପକୂଳ ଆନ୍ଧ୍ରପ୍ରଦେଶର ପାଶ୍ବବର୍ତ୍ତୀ   ଅଞ୍ଚଳରେ  ସମୁଦ୍ର ପତ୍ତନ ଠାରୁ ୧.୫ କିମି ଉପରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟରେ  ବିକ୍ଷିପ୍ତ ବର୍ଷା ସହ  ଉପକୂଳ ପାଗ ମେଘୁଆ ରହିଛି। 

 

Read More
{}{}