Hindi News >>Home >>Weather

Weather Update: ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଗତ ତିନି ଦିନ ହେବ ଗୁଜରାଟର ବିଭିନ୍ନ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଛି। ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା କାରଣରୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୧ ହଜାରରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ଏ

Advertisement
Weather Update: ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
Prabhudatta Moharana|Updated: Aug 28, 2024, 05:30 PM IST
Share

Weather Update: ନୂଆଦିଲ୍ଲୀ: ଗତ ତିନି ଦିନ ହେବ ଗୁଜରାଟର ବିଭିନ୍ନ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଛି। ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା କାରଣରୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୧ ହଜାରରୁ ଅଧିକ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ବୁଧବାର ଅପରାହ୍ନରେ ପାଣିପାଗ ବିଭାଗ ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି। ରେଡ ଆଲର୍ଟ ଅର୍ଥ ହେଉଛି ଏହି ରାଜ୍ୟଗୁଡିକରେ ପ୍ରବଳ ବର୍ଷା ଏବଂ ବାଦଲ ଫଟା ବର୍ଷାର ସମ୍ଭାବନା ରହିଛି। 

 

ପାଣିପାଗ ବିଭାଗ ସୌରାଷ୍ଟ୍ର, କୁଚ୍, ପୋରବନ୍ଦର, ଜୁନାଗଡ, ଜାମନଗର, ଆମ୍ରେଲି, ଭବନଗର, ମୋର୍ବି, ଦ୍ୱାରକା, ଗିରସୋମନାଥ ଇତ୍ୟାଦି ଅଞ୍ଚଳର ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ପ୍ରତି ବିପଦ ରହିଛି ଏବଂ ସେମାନଙ୍କ ଘରୁ ବାହାରକୁ ନଯିବାକୁ ପାଣିପାଗ ବିଭାଗ ଦ୍ୱାରା କୁହାଯାଇଛି। ସେହିପରି ଲଗାଣ ବର୍ଷା ଫଳରେ ରାଜ୍ୟର ଦ୍ୱାରକା-ଜାମନଗର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ରାଜପଥ ଉପରେ ପାଣି ଭରି ରହିଛି। ନିକଟସ୍ଥ ଗ୍ରାମଗୁଡ଼ିକ ସହିତ ଲୋକଙ୍କ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏପରିକି ବଜାର ପାଇଁ ଉଦ୍ଦିଷ୍ଟ କ୍ଷୀର ଏବଂ ପନିପରିବା ବୋଝେଇ ଗାଡି ମଧ୍ୟ ରାସ୍ତାରେ ଛିଡା ହୋଇଛି। ଏହା ବ୍ୟତୀତ ଆସନ୍ତା ଦୁଇ ଦିନ ମଧ୍ୟରେ ଗାନ୍ଧିନଗର, ବନାସକଣ୍ଠ, ଜାକୋଟ, ଜାମନଗର, ପୋରବନ୍ଦର, ମୋର୍ବି, ଦ୍ୱାରକା, ଜୁନାଗଡ, ବୋଟାଡ ଇତ୍ୟାଦିରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

୪୫୪ ମିଲିମିଟର ବର୍ଷା
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱାରାର ଖାମ୍ବଲିଆ ଅଞ୍ଚଳରେ ପ୍ରାୟ ୪୫୪ ମିଲିମିଟର ବର୍ଷା ହୋଇଛି। ଏହା ବ୍ୟତୀତ ବିଶ୍ୱାମିତ୍ରୀ ନଦୀରେ ବନ୍ୟା ହେତୁ ସହରର ଅନେକ ନିମ୍ନମାନର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଜୁରାଟର ବିଭିନ୍ନ ଜିଲ୍ଲାରେ NDRF ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ସମ୍ଭାବ୍ୟ ସହାୟତା ନିଶ୍ଚିତ କରିଥିଲେ।

Read More
{}{}