Hindi News >>Home >>Weather

Weather Update: ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ରାଜ୍ୟରୁ ଶୀତ ଉଭାନ

 
Weather Update: ରାଜ୍ୟରେ ବର୍ତ୍ତମାନ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ।  ପାଗ ମୁଖ୍ୟତ ଶୁଖିଲା ରହିବ।  ଆଜି କେତେକ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । 

Advertisement
Weather Update: ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ରାଜ୍ୟରୁ ଶୀତ ଉଭାନ
Narmada Behera|Updated: Nov 08, 2024, 06:48 AM IST
Share
 
Weather Update: ରାଜ୍ୟରେ ବର୍ତ୍ତମାନ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ।  ପାଗ ମୁଖ୍ୟତ ଶୁଖିଲା ରହିବ।  ବର୍ଷାର ସମ୍ଭାବନା  ଦେଖାଯାଉନି। ଆସନ୍ତା ୧୩ ତାରିଖ ଯାଏଁ ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ବଡ଼ କଥା ହେଲା,  ରାଜ୍ୟରେ ଏଯାଏଁ ଶୀତ ଅନୁଭବ ହେଉ ନଥିବା ବେଳେ  ସବୁଠି ରାତିର ତାପମାତ୍ରା  ସ୍ବାଭାବିକ ଠାରୁ ଅଧିକ ରହୁଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଯେଉଁ ଲଘୁଚାପ ସମ୍ଭାବନା ଅଛି, ତାହା ତାମିଲନାଡୁ କିମ୍ବା  ଶ୍ରୀଲଙ୍କା ଆଡ଼କୁ ମୁହାଁଇବ।  ଅଧିକ ଘନୀଭୂତ  ସମ୍ଭାବନା ଦେଖାଯାଉନି।  ଏହାର ଓଡିଶା ଉପରେ ପ୍ରଭାବ କିଛି ପଡିବ ନାହିଁ।  ଆଜି କେତେକ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହି ଜିଲ୍ଲା ଗୁଡିକ ହେଲା ଗଜପତି, ଖୋର୍ଦ୍ଧା,ପୁରୀ, ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡ।   
 
 
 
ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ କୌଣସି ଅବପାତ ସମ୍ଭାବନା କମ୍ । ତେଣୁ ରାଜ୍ୟରେ ପାଗରେ କିଛି ପରିବର୍ତ୍ତନ ହେବନି। ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିଛି। ଦିନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି। ରାତି ତାପମାତ୍ରା ଅଧିକାଂଶ ସ୍ଥାନରେ ୨୦ ଡିଗ୍ରୀ ଉପରେ ରହୁଛି। ଶୀତ ଅନୁଭବ ହେଉ ନାହିଁ। ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡିରେ ୧୬.୫, ନବରଙ୍ଗପୁରରେ ୧୭.୬, ଫୁଲବାଣୀରେ ୧୮,  କୋରାପୁଟ୍ ୧୮.୦୫ ଓ କେନ୍ଦୁଝରରେ ୧୯ ଡିଗ୍ରୀ ରେକର୍ଡ଼ ହୋଇଛି। କୌଣସି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସି ନାହିଁ।  ଉପକୂଳ ଓଡିଶାରେ ବି ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ଥିବା ପଶ୍ଚିମରେ ବି ଦେଢରୁ ୩ ଡିଗ୍ରୀ ଓ ଦକ୍ଷିଣରେ ୨ରୁ ୩ ଡିଗ୍ରୀ ଅଧିକ ଅଛି। 
 
 
 
Read More
{}{}