Home >>Weather

weather updates: ଦିଲ୍ଲୀ ସମେତ ଏହି ସବୁ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା

ଆଜି ଶ୍ରାବଣ ଶେଷ ସୋମବାରରେ ଏବଂ ରକ୍ଷାବନ୍ଧନ ପର୍ବରେ ମଧ୍ୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହରଗୁଡ଼ିକରେ ପାଗ ଅତ୍ୟନ୍ତ ସ୍ୱଭାବିକ ରହିଛି। ଆକାଶ ମେଘୁଆ ରହିଛି। କିନ୍ତୁ ଦିନତମାମ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ଆଜି ସନ୍ଧ୍ୟା ସୁଦ୍ଧା ରାଜଧାନୀର ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisement
weather updates: ଦିଲ୍ଲୀ ସମେତ ଏହି ସବୁ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା
Prabhudatta Moharana|Updated: Aug 19, 2024, 10:05 AM IST
Share

Weather Updates: ଆଜି ଶ୍ରାବଣ ଶେଷ ସୋମବାରରେ ଏବଂ ରକ୍ଷାବନ୍ଧନ ପର୍ବରେ ମଧ୍ୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହରଗୁଡ଼ିକରେ ପାଗ ଅତ୍ୟନ୍ତ ସ୍ୱଭାବିକ ରହିଛି। ଆକାଶ ମେଘୁଆ ରହିଛି। କିନ୍ତୁ ଦିନତମାମ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ଆଜି ସନ୍ଧ୍ୟା ସୁଦ୍ଧା ରାଜଧାନୀର ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହ ଘଣ୍ଟା ପ୍ରତି ୩୫ ରୁ ୪୦ କିଲୋମିଟର ବେଗରେ ପବନ ବହିବ ଏବଂ ପ୍ରବଳ ବର୍ଷା ହୋଇପାରେ। ଆଜି ଉତ୍ତରପ୍ରଦେଶ ସମେତ ଦେଶର ୧୦ରୁ ଅଧିକ ରାଜ୍ୟରେ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ଯଦିଓ ମଧ୍ୟପ୍ରଦେଶ ଏବଂ ବିହାରରେ ମୌସୁମୀର ଗତି ଧୀର ହେବ, ପଶ୍ଚିମବଙ୍ଗରେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ସାରା ଦେଶରେ ପାଗ କିପରି ହେବ?

ଦିଲ୍ଲୀରେ କେମିତି ରହିବ ପାଗ
ଲଗାତାର ୧୮ ଦିନ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ଚାନ୍ଦିନିଚୌକ ଅଞ୍ଚଳ ସମେତ ଅନେକ ଅଞ୍ଚଳରେ ପ୍ରବଳ ମେଘ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହା ପରେ ସହରର ଅନେକ ଅଞ୍ଚଳରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜଧାନୀର ସର୍ବାଧିକ ତାପମାତ୍ରା ୩୪.୬ ଡିଗ୍ରୀରେ ରେକର୍ଡ କରାଯାଇଥିଲା। ଆଜି ମଧ୍ୟ ଦିଲ୍ଲୀ ଆକାଶ ଘନ ମେଘୁଆ ରହିଛି। ପବନ ସହିତ ଭଲ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ୨୪ ଅଗଷ୍ଟ ପର୍ଯ୍ୟନ୍ତ ଦିଲ୍ଲୀର ପାଗ ଖରାପ ରହିବ। ଆଜି ସର୍ବାଧିକ ତାପମାତ୍ରା ୩୫, ସର୍ବନିମ୍ନ ୨୭ ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି।

ଆଜି ଓ କାଲି କିପରି ରହିବ ପାଗ
ସ୍କାଏମେଟ ପାଣିପାଗ ରିପୋର୍ଟ ଅନୁଯାୟୀ, ଆଜି ଏବଂ ଆସନ୍ତାକାଲି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ପଶ୍ଚିମ ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ତେଲେଙ୍ଗାନା, ଓଡିଶା, ଲାକ୍ଷାଦୀପ, ଆଣ୍ଡାମାନ ନିକୋବର, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୋଆ, ଓଡିଶା, ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ରହିବ।

ପାହାଡିଆ ଅଞ୍ଚଳରେ କିପରି ରହିବ ପାଣିପାଗର ମିଜାଜ
ଦେଶର ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଜାମ୍ମୁ କାଶ୍ମୀରରେ ମଧ୍ୟ ବର୍ଷା ଜାରି ରହିବ। ତିନୋଟି ରାଜ୍ୟରେ ବଜ୍ରପାତ ସହ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୨୨ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ବର୍ଷା ହୋଇପାରେ। ଆସନ୍ତା ୨ ଦିନ ହିମାଚଳ ପ୍ରଦେଶରେ ପାଗ ଅତ୍ୟନ୍ତ ଖରାପ ହେବ। ଆସନ୍ତା ୨ ଦିନରେ ଜାମ୍ମୁ କାଶ୍ମୀରର ପାଗ ମଧ୍ୟ ସଫା ହେବ।

Read More
{}{}