Hindi News >>Home >>Weather

Weather Updates: ରାଜ୍ୟରୁ ମୌସୂମୀ ବର୍ଷା ନିଖୋଜ !, ତାତି ୨ରୁ ୪ ଡିଗ୍ରୀ ବଢ଼ିବ

ଭୁବନେଶ୍ଵର: ସଅଳ ଆସିଥିଲେ ବି ଏବେ ରାଜ୍ୟରୁ ଉଭାନ ହୋଇଛି ମୌସୂମୀ ଜନିତ ବର୍ଷା। ଫଳରେ ଆଗାମୀ କିଛି ଦିନ ପାଇଁ ରାଜ୍ୟରେ ପ୍ରାୟତଃ ବର୍ଷା ହେବାର ପ୍ରଶ୍ନ ଉଠୁନି। ଫଳରେ ତାପମାତ୍ରାରେ ବୃଦ୍ଧି ଘଟିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍

Advertisement
Weather Updates: ରାଜ୍ୟରୁ ମୌସୂମୀ ବର୍ଷା ନିଖୋଜ !, ତାତି ୨ରୁ ୪ ଡିଗ୍ରୀ ବଢ଼ିବ
Prabhudatta Moharana|Updated: Jun 01, 2025, 07:15 AM IST
Share

Weather Updates: ଭୁବନେଶ୍ଵର: ସଅଳ ଆସିଥିଲେ ବି ଏବେ ରାଜ୍ୟରୁ ଉଭାନ ହୋଇଛି ମୌସୂମୀ ଜନିତ ବର୍ଷା। ଫଳରେ ଆଗାମୀ କିଛି ଦିନ ପାଇଁ ରାଜ୍ୟରେ ପ୍ରାୟତଃ ବର୍ଷା ହେବାର ପ୍ରଶ୍ନ ଉଠୁନି। ଫଳରେ ତାପମାତ୍ରାରେ ବୃଦ୍ଧି ଘଟିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ। ମୌସୁମୀର ସାମୟିକ ବିରତି ଯୋଗୁ ରାଜ୍ୟରେ ବର୍ଷା କମିଛି। କିଛି କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ଆଜି ଦିନ ଭିତରେ ନୟାଗଡ଼ରେ ୧୭ମିଲିମିଟର ମିମି ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ା, ନୂଆପଡ଼ା, ବରଗଡ଼, ଚାନ୍ଦବାଲି, କୋରାପୁଟରେ ଅସରାଏ ଲେଖାଏଁ ବର୍ଷା ହୋଇଛି। ନୟାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଥିବାବେଳେ ବୌଦ୍ଧ ୩୬.୮, କୋରାପୁଟ ୩୬.୬, ତାଳଚେର ୩୬.୬, ଭୁବନେଶ୍ଵର

୩୬.୨, ବାଲେଶ୍ଵର ୩୬, ଚାନ୍ଦବାଲି ୩୫.୯ ଡିଗ୍ରୀ ସେଲସିୟସ୍ ଥିଲା। ଉପକୂଳ ଓଡ଼ିଶାରେ ଗୁଳୁଗୁଳି ବଢ଼ିଛି। ପାଣିପାଗ ବିଭାଗ ଅନୁସାରେ ରବିବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ଅଛି। ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକରେ କାଳବୈଶାଖୀ ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ହୋଇପାରେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନ ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ। ଜୁନ୍ ୭ତାରିଖରୁ ତାପମାତ୍ରା ବଢ଼ିବା ସହ ଗରମ ବୃଦ୍ଧି ପାଇବା ସମ୍ଭାବନା ଅଛି।

Read More
{}{}