Home >>Weather

Weather Update: ଭିଜୁଛି ଓଡ଼ିଶା; ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ୱାର୍ଣ୍ଣିଂ ଜାରି...

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ରାଜ୍ୟର ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚିଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। 

Advertisement
Weather Update: ଭିଜୁଛି ଓଡ଼ିଶା; ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ୱାର୍ଣ୍ଣିଂ ଜାରି...
Narmada Behera|Updated: Jul 25, 2024, 06:36 AM IST
Share

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ରାଜ୍ୟର ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚିଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହି ଜିଲ୍ଲା ଗୁଡିକ ହେଲା, ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ନୂଆପଡା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। 

ALSO READ : ଆଜି ଏହିସବୁ ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

 

ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ସାରା ରାଜ୍ୟରେ ସକ୍ରିୟ ଥିବାରୁ ପ୍ରାୟ ସବୁ ଅଞ୍ଚଳରେ ବର୍ଷା ଲାଗି ରହିଛି।  ବରଗଡ, ସୋନପୁର, ରାୟଗଡା ଓ ନୂଆପଡା ସହିତ ଉପକୂଳ ଓଡି଼ଶାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବରଗଡ଼ ଜିଲ୍ଲାର ଝାରବନ୍ଧ ଜିଲ୍ଲାରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।  ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ  ଓଡି଼ଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡି଼ଶା ସହ ଦକ୍ଷିଣ ଓଡି଼ଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି।  ୩୦ ଓ ୩୧ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ଫଳରେ ଉତ୍ତର ଓ ମଧ୍ୟ ଓଡି଼ଶା ସମେତ ଅନେକ ସ୍ଥାନରେ ଭଲ ବର୍ଷା ହେବ।   

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,  ଜୁନ୍ ୧ରୁ  ଜୁଲାଇ ୨୪ ପର୍ଯ୍ୟନ୍ତ ୯ ଟି ଜିଲ୍ଲାରେ ମୋଟ୍ ବର୍ଷା ପରିମାଣ ୩୦୦ ମିମିରୁ କମ୍ ରହିଛି। ନିଅଣ୍ଟିଆ ବର୍ଷା ଯୋଗୁଁ ବାଲେଶ୍ବର , ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କେନ୍ଦୁଝର, ମୟୂରଭଂଜ, ଝାରସୁଗୁଡା ଓ ସୁନ୍ଦରଗଡ଼ରେ ଧାନ ରୁଆ ଓ ବେଉସା କରିବାରେ ସମସ୍ୟା ହେଉଛି। ଆସନ୍ତା ୧୦ ଦିନରେ ବର୍ଷା ବଢିବା ଯୋଗୁଁ ରୁଆ ଓ ବେଉଷଣ କାମ ଭଲ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। 

Read More
{}{}