Hindi News >>Home >>Weather

Weather Updates: ମୌସୁମୀ ସକ୍ରିୟ, ୨୬ରୁ ପ୍ରବଳ ବର୍ଷା

ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା ସହିତ, ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisement
Weather Updates: ମୌସୁମୀ ସକ୍ରିୟ, ୨୬ରୁ ପ୍ରବଳ ବର୍ଷା
Prabhudatta Moharana|Updated: Jun 23, 2024, 10:32 AM IST
Share

Weather Updates: ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁ ସାରିଛି। ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ତିନି ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରିଛି। ଆଜି ଓ ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ବିଜୁଳି, ଘଡଘଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୨୫ ତାରିଖ ପାଇଁ ୧୭ ଜିଲ୍ଲାକୁ ଝଡ଼ତୋଫାନ ଚେତାବନୀ ଜାରି ହୋଇଛି।

ଏହାପରେ ୨୬ରୁ ପୁଣି ବଢିବ ବର୍ଷାର ପରିମାଣ। ୨୬ରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ଜୁନ୍ ୧ରୁ ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୯% କମ୍ ବର୍ଷା ହୋଇଛି। ୫ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ଏବଂ ୧୭ ଜିଲ୍ଲାରେ ୨୦ରୁ ୫୯% ନିଅଣ୍ଟିଆ ବର୍ଷା ହୋଇଛି ।

 

ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି ମୌସୂମୀ ବାୟୁ। ସମଗ୍ର ଓଡ଼ିଶାରେ ମୌସୁମୀ ବାୟୁ ଜନିତ ବର୍ଷା ହେଉଥିଲେ ମଧ୍ୟ ରାଜ୍ୟ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପାଣିପାଗ ବିଭାଦ ଦେଇଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ୮୩.୬ ମିମି ବର୍ଷା ହୋର କଥା। ମାତ୍ର ସେହି ଅନୁଯାୟୀ ବର୍ଷା ହୋଇପାରିନାହିଁ। ୨୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ପୁରୀରେ ସର୍ବାଧିକ ୭୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୮ଟି ଜିଲ୍ଲା ନୂଆପଡ଼ା, ସମ୍ବଲପୁର, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଢେଙ୍କାନାଳ, କଟକ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଅନ୍ୟ ୧୭ଟି ଜିଲ୍ଲାରେ କମ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

ସେପଟେ ୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ବନ୍ୟା ନିୟନ୍ତ୍ରଣ, ନଦୀ ପୁନରୁଦ୍ଧାର ଓ ଜଳପଥର ଉନ୍ନତୀକରଣ ପାଇଁ ରାଜ୍ୟରେ ଗଠନ ହେବ ୪ଟି ବୈଷୟିକ କମିଟି । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା ସହିତ, ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Read More
{}{}