Home >>Weather

Weather Update: ଆଜି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ୧୯ ତାରିଖରେ ସୃଷ୍ଟି ହୋଇଥିବା ଅବପାତ କ୍ଷେତ୍ର କ୍ରମଶଃ ଦୁର୍ବଳ ହେବା ସହ  ଲଘୁଚାପ ରୂପ ନେଇଛି।  ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା  ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisement
Weather Update: ଆଜି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Narmada Behera|Updated: Jul 23, 2024, 06:28 AM IST
Share

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ୧୯ ତାରିଖରେ ସୃଷ୍ଟି ହୋଇଥିବା ଅବପାତ କ୍ଷେତ୍ର କ୍ରମଶଃ ଦୁର୍ବଳ ହେବା ସହ  ଲଘୁଚାପ ରୂପ ନେଇଛି। ଏହା ଏବେ ମଧ୍ୟପ୍ରଦେଶ ତଥା ପୂର୍ବବର୍ତ୍ତୀ ଛତିଶଗଡର  ବାୟୁମଣ୍ତଳରେ ସମୁଦ୍ରପତ୍ତନ ଠାରୁ  ୭.୬ କିମି ଉପର ଯାଏଁ ପରିବ୍ୟାପ୍ତ ରହିଛି।  ଏହାସହ ମୌମୁମୀ ନିମ୍ନରେଖା ରାଜସ୍ଥାନରୁ ବାହାରି ଉପରୋକ୍ତ ଲଘୁଚାପ କ୍ଷେତ୍ର ମଧ୍ୟ ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି। ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା  ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ଅନୁକୂଳ ରହିବ ଆଜିର ଦିନ, ଆକସ୍ମିକ ଧନଲାଭର ରହିଛି ଯୋଗ!

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨.୪ ମିମି ବର୍ଷା ରେକର୍ଡ଼ ହୋଇଛି। ଆଜି ଓ ଆସନ୍ତାକାଲି ମଧ୍ୟ ରାଜ୍ୟରେ ବର୍ଷାର ବିସ୍ତୁତି ଅଧିକ ରହିବ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ଆଜି ବିଶେଷକରି,  ବରଗଡ଼, ବୌଦ୍ଧ, ସୋନପୁର ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଂଜ,ଦେବଗଡ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର,କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। 

ସେହିପରି, ବୁଧବାର ମଧ୍ୟ କଟକ, କେନ୍ଦ୍ରାପଡା, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ  ଅତି ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ଜଗତସିଂହପୁର, ଖୋର୍ଦ୍ଧା,ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, ଯାଜପୁର,ସମ୍ବଲପୁର, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ। ଅନ୍ୟପଟେ, ଗୁରୁବାର ଓ ଶୁକ୍ରବାର ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ମୌମୁମୀ ଆରମ୍ଭରୁ ଏବେ ସୁଧା ରାଜ୍ୟରେ ସ୍ବାଭାବିକ ବର୍ଷା ୪୪୮.୯ ମିମି ରେକର୍ଡ ହେବା କଥା। କିନ୍ତୁ ଏହି ପରିଧିରେ ରାଜ୍ୟରେ ୩୭୧.୯ ମିମି ବର୍ଷା ରେକର୍ଡ଼ ହୋଇଛି। 

Read More
{}{}