Home >>Weather

Weather Update: ଆଜି ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମ୍ଭାବନା

Weather Update: ଝାଡଖଣ୍ତ ତଥା ପାଶ୍ବବର୍ତ୍ତୀ ଅଞ୍ଚଳରେ ଏବେ ଏକ  ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। 

Advertisement
Weather Update: ଆଜି ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମ୍ଭାବନା
Narmada Behera|Updated: Jul 24, 2024, 06:18 AM IST
Share

Weather Update: ଝାଡଖଣ୍ତ ତଥା ପାଶ୍ବବର୍ତ୍ତୀ ଅଞ୍ଚଳରେ ଏବେ ଏକ  ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଗତ ୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ସର୍ବାଧିକ ବର୍ଷା ୧୦୧ ମିମି ରେକର୍ଡ଼ କରାଯାଇଛି। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ବ୍ୟବସାୟରେ ଲାଭବାନ୍ ହେବା ସହ...

ALSO READ: Surya Grahan 2025: ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଚଳନ, ୨୦୨୫ରେ ଏହି ୪ ରାଶି ହେବେ ସବୁଠୁ ଧନୀ!

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି (ବୁଧବାର) କଟକ, କେନ୍ଦ୍ରାପଡା, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ  ଅତି ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ଜଗତସିଂହପୁର, ଖୋର୍ଦ୍ଧା,ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, ଯାଜପୁର,ସମ୍ବଲପୁର, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ। ଅନ୍ୟପଟେ, ଗୁରୁବାର ଓ ଶୁକ୍ରବାର ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ମୌମୁମୀ ଆରମ୍ଭରୁ ଏବେ ସୁଧା ରାଜ୍ୟରେ ସ୍ବାଭାବିକ ବର୍ଷା ୪୪୮.୯ ମିମି ରେକର୍ଡ ହେବା କଥା। କିନ୍ତୁ ଏହି ପରିଧିରେ ରାଜ୍ୟରେ ୩୭୧.୯ ମିମି ବର୍ଷା ରେକର୍ଡ଼ ହୋଇଛି। 

Read More
{}{}