Home >>Zee Odisha

ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ: ମନ୍ତ୍ରୀ

Odisha News: ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ପୁଣି ଥରେ ପୂର୍ବ ଭଳି ଚାଉଳ ସହ ଗହମ ଲୋକଙ୍କୁ ଯୋଗାଇ ଦିଆଯିବ। 

Advertisement
ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ: ମନ୍ତ୍ରୀ
Zee Odisha Desk|Updated: Aug 17, 2024, 01:10 PM IST
Share

ଭୁବନେଶ୍ଵର:ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର। ଏଣିକି ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚଉଳ ସହ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। 

ଏ ନେଇ ମନ୍ତ୍ରୀ କହିଛନ୍ତି ଯେ, ପୁଣି ରାସନରେ ଗହମ ମିଳିବ। ଏଥିପାଇଁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ଦାବି କରାଯାଇଛି। ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏପରି ଦାବି ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

 ଏହା ସହିତ ମନ୍ତ୍ରୀ ଏହା ବି କହିଛନ୍ତି ଯେ, ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ପୁଣି ଥରେ ପୂର୍ବ ଭଳି ଚାଉଳ ସହ ଗହମ ଲୋକଙ୍କୁ ଯୋଗାଇ ଦିଆଯିବ। 

Read More
{}{}