Hindi News >>Home >>Zee Odisha

Hemant Soren:ଝାଡ଼ଖଣ୍ଡ ରାଜନୈତିକ ସଂକଟ ଭିତରେ ଧାରା ୩୫୫ କୁ ନେଇ ଚର୍ଚ୍ଚା ଜୋର ,ଜାଣନ୍ତୁ ଧାରା ୩୫୫ କଣ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ  ଇଡି ଟିମ୍ ସେମାନଙ୍କୁ ଠାବ କରିପାରିନଥିଲା। ଦିଲ୍ଲୀରେ ଇଡି  ତାଙ୍କ ବାସଭବନରୁ ୩୬ ଲକ୍ଷ ଟଙ୍କା ଓ ଗୋଟିଏ ଏସୟୁଭି ଜବତ କରିଛି।  କିନ୍ତୁ ସୋରେନଙ୍କ ଟେର ପାଇନଥିଲା ଇଡି। ଏହା ଭିତରେ ସୋରେନ ନାଟକୀୟ ଶୈଳୀରେ ରାଞ୍ଚିରେ ପହଞ୍ଚିଥିଲେ। ବିଧାୟକଙ୍କ ସହ ସାକ୍ଷାତ ସମୟରେ ତାଙ୍କ ସହି

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Jan 31, 2024, 05:01 PM IST
Share

Hemant Soren:

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ  ଇଡି ଟିମ୍ ସେମାନଙ୍କୁ ଠାବ କରିପାରିନଥିଲା। ଦିଲ୍ଲୀରେ ଇଡି  ତାଙ୍କ ବାସଭବନରୁ ୩୬ ଲକ୍ଷ ଟଙ୍କା ଓ ଗୋଟିଏ ଏସୟୁଭି ଜବତ କରିଛି।  କିନ୍ତୁ ସୋରେନଙ୍କ ଟେର ପାଇନଥିଲା ଇଡି। ଏହା ଭିତରେ ସୋରେନ ନାଟକୀୟ ଶୈଳୀରେ ରାଞ୍ଚିରେ ପହଞ୍ଚିଥିଲେ। ବିଧାୟକଙ୍କ ସହ ସାକ୍ଷାତ ସମୟରେ ତାଙ୍କ ସହିତ ପତ୍ନୀ କଳ୍ପନା ସୋରେନ ମଧ୍ୟ ଉପସ୍ଥିତ ଥିଲେ। ଏସବୁ ଭିତରେ ସେ ନିଜ ପତ୍ନୀଙ୍କୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହି ପୂରା ଘଟଣା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସିଏମ ସୋରେନଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ତେଣୁ ସେ  ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ  ରାଜ୍ୟପାଳଙ୍କୁ ଭାରତୀୟ ସମ୍ବିଧାନର ଧାରା ୩୫୫ ଅନୁଯାୟୀ କେନ୍ଦ୍ରକୁ ରିପୋର୍ଟ ପଠାଇବାକୁ ଅନୁରୋଧ କରିଛନ୍ତି। ଯାହାଦ୍ୱାରା ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରିବ। ତେବେ ଧାରା ୩୫୫ କ'ଣ ଏବଂ ଏହାକୁ ନେଇ କାହିଁକି ଚର୍ଟ୍ଟା ହେଉଛି ଆସନ୍ତୁ ଜାଣିବା।

ଧାରା ୩୫୫ କ'ଣ?

ସମ୍ବିଧାନର ଧାରା ୩୫୫ ଅନ୍ତର୍ଗତରେ ରାଜ୍ୟଙ୍କୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ଏବଂ ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରଖିବାପାଇଁ କେନ୍ଦ୍ର ସରକାରଙ୍କୁ କ୍ଷମତା ଦେଇଥାଏ। ଏହି ବ୍ୟବସ୍ଥା ଜରିଆରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ବହିଷ୍କାର ନକରି ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାର କ୍ଷମତା ନିଜ ହାତକୁ ନେଇଥାନ୍ତି। ଭାରତୀୟ ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ରାଜ୍ୟର ସରକାର ଯେପରି ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବେ ତାହା ସୁନିଶ୍ଚିତ କରିବା କେନ୍ଦ୍ରର କର୍ତ୍ତବ୍ୟ। ଯାହାକୁ ଆଧାର କରି କେନ୍ଦ୍ର ସରକାର ଝାଡ଼ଖଣ୍ଡ ବାବଦରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି।

କେବଳ ଏତିକି ନୁହେଁ ଧାରା ୩୫୬ ରାଷ୍ଟ୍ରପତିଙ୍କୁ ମଧ୍ୟ ଏହି ଅଧିକାର ଦେଇଛି ଯେ, ଯଦି ରାଜ୍ୟରେ  ସରକାର ସମ୍ବିଧାନ ଅନୁଯାୟୀ ଚାଲୁନାହିଁ ବୋଲି ତାଙ୍କର ହୃଦବୋଧ ହୁଏ, ତେବେ ସେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ରକୁ ରିପୋର୍ଟ ଦେଇ ପାରନ୍ତି।  ଯଦି ରାଜ୍ୟ ସରକାର କେନ୍ଦ୍ରର ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ସ୍ପଷ୍ଟ ବାର୍ତ୍ତା ଯିବ ଯେ ସେଠାକାର ସରକାର ସମ୍ବିଧାନ ଅନୁଯାୟୀ ଚାଲୁ ନାହିଁ।

ରିପୋର୍ଟ ପଠାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବାର ଅର୍ଥ କ'ଣ?

ବିଜେପି ସାଂସଦ ନିଶିକାନ୍ତ ଦୁବେ ରାଜ୍ୟପାଳଙ୍କୁ ଏକ ରିପୋର୍ଟ କେନ୍ଦ୍ରକୁ ପଠାଇବାକୁ ଅନୁରୋଧ କରିଛନ୍ତି।  ଆସନ୍ତୁ ଏହାର ଅର୍ଥ ମଧ୍ୟ ବୁଝିବା ବାସ୍ତବରେ ରାଜ୍ୟପାଳ ଯଦି ଝାଡ଼ଖଣ୍ଡ ସ୍ଥିତି ବାବଦରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପଠାନ୍ତି ତେବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ। ତେବେ ସମ୍ବିଧାନରେ ଏହା ମଧ୍ୟ କୁହାଯାଇଛି ଯେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ଦୁଇ ମାସ ମଧ୍ୟରେ ଏହାକୁ ସଂସଦର ଉଭୟ ଗୃହରେ ଅନୁମୋଦନ କରିବାକୁ ପଡିବ ।

ଝାଡ଼ଖଣ୍ଡରେ ସ୍ଥିତି କାହିଁକି ଖରାପ ହେଲା?

ନିଶିକାନ୍ତ ଦୁବେ କହିଛନ୍ତି ଯେ ମୁଁ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲି, ଯାହା ପରେ ସିବିଆଇ ସୋରେନଙ୍କ ସମ୍ପତ୍ତିର ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ପାଖରେ ୮୨ଟି ବେନାମୀ ସମ୍ପତ୍ତି ରହିଛି। ଯାହା ଶିବୁ ସୋରେନ୍ ହେମନ୍ତ ସୋରେନ୍ ଓ ତାଙ୍କ ପତ୍ନୀଙ୍କ ନାମରେ ରହିଛି। କିନ୍ତୁ ଏହା ବାବଦରେ ସେ ନା ଆୟକର ବିଭାଗକୁ ସୂଚନା ଦେଇଛନ୍ତି ନା ନିର୍ବାଚନୀ ସତ୍ୟପାଠରେ କୌଣସି ସୂଚନା ଦେଇଛନ୍ତି । ଲୋକପାଳ ସେମାନଙ୍କୁ ଫେବ୍ରୁଆରି ୧୫ ତାରିଖ ଭିତରେ ଉତ୍ତର ରଖିବାକୁ ସମୟ  ଦେଇଛନ୍ତି।

ଆଗକୁ କ'ଣ ହେବ?

ହେମନ୍ତ ସୋରେନ ଫେରିବା ପରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। ଯଦିଓ ସେ ବିଧାୟକ ନୁହଁନ୍ତି, ତଥାପି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ହେମନ୍ତଙ୍କ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ ବୋଲି ଦଳୀୟ ନେତାମାନେ କହିଛନ୍ତି। ଯାହା ଆଦେଶ ଦିଆଯିବ, ଦଳୀୟ ନେତାମାନେ ତାହାକୁ ଗ୍ରହଣ କରିବେ। ତେବେ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସେ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।  ସୂଚନାଯୋଗ୍ୟ ଯେ,କଳ୍ପନା ଓଡ଼ିଶାର ଝିଅ।

Read More
{}{}