Hindi News >>Home >>Zee Odisha

ଲାଞ୍ଚ ନେଇ ଧରାପଡ଼ିଲେ ବୋଲଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ

Vigilance: ଯନ୍ତ୍ରୀଙ୍କ ବ୍ଲକ ପରିସର ସ୍ଥିତ ସରକାରୀ କାର୍ଯ୍ୟାଳୟଠାରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୨ଲକ୍ଷ ୧୬ହଜାର ୯ଶହ ନଗଦ ଟଙ୍କା ଜବତ ହୋଇଛି।

Advertisement
ଲାଞ୍ଚ ନେଇ ଧରାପଡ଼ିଲେ ବୋଲଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ
Zee Odisha Desk|Updated: Jul 06, 2024, 05:07 PM IST
Share

ଭୁବନେଶ୍ଵର: ଭିଜିଲାନ୍ସ ପକ୍ଷରୁ ବୋଲଗଡ଼ ବ୍ଲକରେ ଚଢ଼ଉ କରାଯାଇଛି। ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ନୟାଗଡ଼ ଭିଜିଲାନ୍ସ ବିଭାଗ। ବୋଲଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ଆଜି ପୂର୍ବାହ୍ନ ଦିନ ୧୧ ବେଳେ ତାଙ୍କ କାର୍ଯ୍ୟାଳୟରେ ତାଙ୍କର ଦୁଇଜଣ ଅସ୍ଥାୟୀ କର୍ମଚାରୀଙ୍କ ସହିତ ବସିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଖଙ୍ଗୁରିଆ ପଞ୍ଚାୟତ ଗବଡି ଗାଁର ଏକ ସାସଂଦ ପାଣ୍ଠି କୋଠଘର କାମକୁ ନେଇ ଜୈନିକ ବ୍ୟକ୍ତି ୧୯ ହଜାର ୨୦୦ ଟଙ୍କା ଲାଞ୍ଚ ଦେଇଥିବା ସମୟରେ ଛକି ରହିଥ‌ିବା ନୟାଗଡ଼ ଭିଜିଲାନ୍ସ କର୍ମଚାରୀମାନେ ମାଡ଼ି ବସିଥିଲେ। 

ଭିଜିଲାନ୍ସ ଟିମ୍‌ ଏହି ରଙ୍ଗ ବୋଳା ନୋଟ ଜବତ କରିଛନ୍ତି। ଯନ୍ତ୍ରୀଙ୍କ ବ୍ଲକ ପରିସର ସ୍ଥିତ ସରକାରୀ କାର୍ଯ୍ୟାଳୟଠାରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୨ଲକ୍ଷ ୧୬ହଜାର ୯ଶହ ନଗଦ ଟଙ୍କା ଜବତ ହୋଇଛି। କନିଷ୍ଠ ଯନ୍ତ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ପକ୍ଷରୁ ସୁଚନା ମିଳିଛି l ଏହି ଚଢ଼ାଉ ବେଳେ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି।

ଅନ୍ୟପକ୍ଷେ, ଭିଜିଲାନ୍ସ ପକ୍ଷରୁ ଦୁଇଟି ଟିମ୍‌ ଯନ୍ତ୍ରୀଙ୍କ ଦେବଗଡ଼ ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। 

Read More
{}{}