Home >>Zee Odisha

Elvish Yadav:ଏଇଥିପାଇଁ ରେଭ୍ ପାର୍ଟିକୁ ସାପ ବିଷ ସପ୍ଲାଏ କରୁଥିଲା ଏଲଭିସ୍ ଯାଦବ

 ରବିବାର ଦିନ ନୋଏଡା ପୋଲିସ ସାପ ଏବଂ ସାପ ବିଷ ଚୋରା ଚାଲାଣ ମାମଲାରେ ପଚରାଉଚରା ପାଇଁ ଏଲଭିଶ ଯାଦବଙ୍କୁ ଡାକିଥିଲା। କିଛି ସମୟ ପଚରାଉଚରା ପରେ ପୋଲିସ ଏଲଭିଶଙ୍କୁ ଗିରଫ କରିଥିଲା ଏବଂ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। 

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Mar 19, 2024, 07:52 PM IST
Share

Elvish Yadav: ରବିବାର ଦିନ ନୋଏଡା ପୋଲିସ ସାପ ଏବଂ ସାପ ବିଷ ଚୋରା ଚାଲାଣ ମାମଲାରେ ପଚରାଉଚରା ପାଇଁ ଏଲଭିଶ ଯାଦବଙ୍କୁ ଡାକିଥିଲା। କିଛି ସମୟ ପଚରାଉଚରା ପରେ ପୋଲିସ ଏଲଭିଶଙ୍କୁ ଗିରଫ କରିଥିଲା ଏବଂ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଓକିଲଙ୍କ ଧର୍ମଘଟ ଯୋଗୁଁ ସୋମବାର ତାଙ୍କ ଜାମିନ ଆବେଦନ ଶୁଣାଣି ହୋଇପାରି ନ ଥିବାରୁ ଏଲଭିଶଙ୍କୁ ବର୍ତ୍ତମାନ ଜେଲରେ ରହିବାକୁ ପଡ଼ିବ।

ପୋଲିସ ପାଖରେ  ପ୍ରମାଣ ଅଛି

ପୋଲିସ ସୂତ୍ରରୁ ପ୍ରକାଶ ଯେ ଏଲଭିଶଙ୍କ ବିରୋଧରେ ସେମାନଙ୍କ ପାଖରେ  ଯଥେଷ୍ଟ ପ୍ରମାଣ ଅଛି। କେବଳ ଏତିକି ନୁହେଁ, ଏଲଭିଶ କାହିଁକି ରେଭ ପାର୍ଟିରେ ସାପ ବିଷ ଯୋଗାଉଥିଲେ ସେନେଇ ମଧ୍ୟ ପୋଲିସ କହିଛି।ପୋଲିସର ସୂଚନାନୁସାରେ, ସାପ ବିଷ ଯୋଗାଇ ଏଲଭିଶ୍ ଲୋକଙ୍କୁ ତାଙ୍କର ପ୍ରଭାବ ଓ ଭାଉ ଦେଖାଇବାକୁ ଚାହୁଁଥିଲେ । ସେ ନିଜ ଫ୍ୟାନଙ୍କ ମଧ୍ୟରେ ଏମିତି ଗୋଟିଏ ଇମେଜ୍ ତିଆରି କରିବା ପାଇଁ ଚାହୁଁଥିଲେ,ଯିଏ ଆଇନକାନୁନକୁ ଭୃକ୍ଷେପ କରେନାହିଁ ଓ ସେ ଯାହା ଚାହିଁବେ ତାହା କରିପାରିବେ ।

୬ ପାର୍ଟି ବାବଦରେ ଉଲ୍ଲେଖ

ପୋଲିସ ସୂତ୍ରରୁ ଜଣାପଡିଛି ଯେ ଏଲଭିଶ ଯାଦବଙ୍କ ସହ ଜଡିତ ୬  ରେଭ ପାର୍ଟିରେ ସାପ ବିଷ ବ୍ୟବହାର କରିବାର ପ୍ରମାଣ ମିଳିଛି। ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି ଯେ ସେ ନିଜେ(ଏଲଭିଶ) ସେହି ପାର୍ଟି ମଧ୍ୟରୁ କିଛିରେ ସାମିଲ ଥିଲେ । ପାର୍ଟିରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି ବୋଲି ପୋଲିସ କହିଛି । ଏହା ସହିତ ସାପ ବିଷ ବ୍ୟବହାର କରିଥିବା ସମସ୍ତ ବ୍ୟକ୍ତିଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

Read More
{}{}